STORYMIRROR

Jayashree Maharana

Abstract

2  

Jayashree Maharana

Abstract

ସୁରକ୍ଷା କବଚ

ସୁରକ୍ଷା କବଚ

1 min
158

ସୁଜଳା ସୁଫଳା ଭାରତ ମାତାର

ମସ୍ତକେ ମୁକୁଟ ପରି

କାହିଁ କେଉଁକାଳୁ ଶୋଭା ପାଉଛନ୍ତି

ଦୀର୍ଘ ହିମାଳୟ ପରି


ବରଫ ଆଚ୍ଛନ୍ନ ସୁଉଚ୍ଚ ଶିଖରୀ

ରୋୖପ୍ୟକାନ୍ତି ମନୋହର

ସତେ କି ଯେମିତି ଆକାଶ ବୁକୁକୁ

ଛୁଇଁଯାଏ ହସ୍ତ ତା'ର


ସୁନାବ୍ୟା ତଟିନୀ ଉତ୍ପତ୍ତି କରିଛି

ଭିଜାଉଛି ଧରିତ୍ରୀକୁ

ପରୋକ୍ଷରେ ଭେଟି ଦେଉଅଛି ଜଳ

ଜୀବଜନ୍ତୁ ମନୁଷ୍ୟକୁ


ସିନ୍ଧୁ ବ୍ରହ୍ମପୁତ୍ର ଗଙ୍ଗା ଆଦି ନଦୀ

ଝରୁଛନ୍ତି ତା'ତନୁରୁ

କ୍ଷୁଧା ତୃଷ୍ଣା କ୍ଳେଶ ଦୂର କରୁଛନ୍ତି

ଅନ୍ୟାୟାସେ ସଂସାରରୁ


ପ୍ରାଚୀର ସଦୃଶ ପ୍ରତିରୋଧ କରି

ହେମାଳର ପ୍ରକୋପକୁ

ରକ୍ଷା କରୁଅଛି ଶୀତ ପୀଡାଠାରୁ

ଆମ ସୂକ୍ଷ୍ମ ଶରୀରକୁ


ସବୁଜ ବନାନୀ ଦେହେ ଆଚ୍ଛାଦିତ

ନାନା ପୁଷ୍ପ ସମାବେଶ

ପୁଷ୍ପ ଉପତ୍ୟକା ଖ୍ୟାତି ଅରଜିଛି

ଅତି ତୀବ୍ର ପୁଷ୍ପ ବାସ


ନାନା ପଶୁପକ୍ଷୀ କୀଟ ସରୀସୃପ 

ଭରିଅଛି ତା'କୋଳରେ

ଆଶ୍ରୟ ଦେଇଛି ମନୁଷ୍ୟ ଜାତିକୁ

ବଞ୍ଚିବାକୁ ଆନନ୍ଦରେ


ଭାରତ ମାତାର ସୁରକ୍ଷା କବଚ

ଶତ୍ରୁଠାରୁ କରେ ରକ୍ଷା

ଉତ୍ତର ଦିଗରେ ବିସ୍ତାରି ତା'କାୟା

ସାଜିଅଛି ସୀମାରେଖା


ଭୂଗୋଳ ପୋଥିରେ ସାହିତ୍ୟ ପୃଷ୍ଠାରେ

ଲିପିବଦ୍ଧ ହିମାଳୟ 

ଯୁଗ ଯୁଗ ଧରି ଭାରତ ଭୂମିର

ଗଢିଅଛି ପରିଚୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract