STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ସୁରେନ୍ଦ୍ର ସାଏ

ସୁରେନ୍ଦ୍ର ସାଏ

1 min
314


ତେଇଶି ଜାନୁଆରୀ ଅଠରଶ ନଅ ଜିଲ୍ଲା ସମ୍ବଲପୁର,

ବରଗାଁ ଗ୍ରାମର ଚୌହାନ ରାଜବଂଶେ ଜନ୍ମ ସୁରେନ୍ଦର,

ଧରମ ସିଂହ ଦେବୀ ରେବତୀଙ୍କ ଗର୍ଭୁ ଜନ୍ମିଲେ ପୁତ୍ର ବୀର,

ଧନ୍ୟ ହୋଇଗଲା ବରଗାଁ ମାଟି ଧନ୍ୟ ଯେ ସମ୍ବଲପୁର।


ଅସୀମ ସାହସ ବୀରତ୍ବ ପ୍ରକାଶ ପୁଣି ତାଙ୍କ ବୀରଠାଣୀ,

ଘୋଡ଼ାଚଢା, ଖଣ୍ଡା, ତୀରଚାଳନା ବିଦ୍ୟାରେ ଧୂରୀଣ ପୁଣି,


କ୍ୟାପ୍ଟେନ୍ ହିଗ୍ନସଙ୍କ ଅଧୀନରେ ଇଂରେଜଙ୍କ ରାମଗଡ଼ ବାଟାଲିୟନ,

ବିରୁଦ୍ଧେ ବୀର ସୁରେନ୍ଦ୍ର ଓ ଅନୁଗାମୀ ଗରିଲା ଯୁଦ୍ଧେ ଆକ୍ରମଣ,

ସମ୍ବଲପୁର ରାଜଗାଦି ବିଦ୍ରୋହ ଦିନୁଦିନ ହେଲା ଭୀଷଣ,

ଏଜେଣ୍ଟ କର୍ଣ୍ଣେଲ ଆଉସ୍ଲେ କଲେ ଗିରଫ ସୁରେନ୍ଦ୍ର ଓ ସାଥି ଗଣ।


ଚତୁର ସୁରେନ୍ଦ୍ର କଲେ ଅବରୋଧ ଶିଆଳି ଲଟାରେ ବାନ୍ଧି ପଥର,

ଆବଶ୍ୟକ ସ୍ଥଳେ ଲଟାକାଟି ଇଂରେଜଙ୍କୁ ଆଘାତ ପ୍ରତି ଉତ୍ତର,

ଇଂରେଜଙ୍କ ଅତ୍ୟାଧୁନିକ ଶସ୍ତ୍ର ଆଗେ କାମ ନ ଦେବ ଭାବି ଧନୁତୀର,

ଘୋର ରଣ କଲେ ଗରିଲା ଯୁଦ୍ଧେ ଆମ ସୁରେନ୍ଦ୍ର ବୀର।


କପଟୀ ଇଂରେଜ ଛଳକପଟରେ ବନ୍ଦ କଲେ ଯୁଦ୍ଧ ସୁରେନ୍ଦ୍ର ବିରୁଦ୍ଧେ,

କ୍ୟାପ୍ଟେନ୍ ଷ୍ଟୁଆର୍ଟ,ମିଷ୍ଟର ବେଲି ମିଶି ବନ୍ଦୀଯେ କଲେ ନିଷାର୍ଦ୍ଧେ,

ରାୟପୁର ପରେ ନାଗପୁର ଜେଲ୍ ଅସୁରଗଡ଼କୁ ଦେଶାନ୍ତର,

ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଗଲେ ସୁରେନ୍ଦ୍ର ବୀର।


ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ରଙ୍କ ଉଲଗୁଲାନ, 

ରାଜଗାଦିର ଉତ୍ତରାଧିକାରିତ୍ୱ ଛତିଶିବର୍ଷ କରାବରଣ ,

ବିଦ୍ରୋହର ବହ୍ନି ପ୍ରଜ୍ଜ୍ଵଳିତ କରି ବିଂଶ ବଂଶ ନିରବଚ୍ଛିନ୍ନ,

ପ୍ରଥମ ପର୍ଯ୍ୟାୟ ବିକ୍ଷିପ୍ତ ,ସୀମିତ ଦ୍ୱିତୀୟେ ସୁସଂହିତ ବୀରତ୍ୱପୂର୍ଣ୍ଣ।


ଅଦ୍ଭୁତ ସଂଗଠନଶକ୍ତି, ଅସୀମ ପରାକ୍ରମ ଅସାଧାରଣ ରଣକୌଶଳ,

ଦେଖି ଆଶ୍ଚର୍ଯ୍ୟାନ୍ଵିତ ଗୋରାବିଦେଶୀ, ଶାସକ ସୈନ୍ୟବାହିନୀ ଦଳ,

ଅଠରଶ ଚଉରାଶି ଫେବୃଆରୀ ଅଠେଇଶି ହେଲା କାଳ,

ଅସୁରଗଡ଼ ଦୁର୍ଗରେ ସୁରେନ୍ଦ୍ରଙ୍କ ଜୀବନ ନିର୍ବାପିତ ଯେ ଜାଣ।


      ହେ ମହାତ୍ମା ସୁର ସୁରେନ୍ଦ୍ର ବୀର

               ଝୁରୁଛି ଭାରତ ମାତା,

      ଶଦ୍ଦରେ ଦେଉଛୁ ଶ୍ରେଷ୍ଠ ସମ୍ମାନ

               ନୁଆଁଇ ଆମରି ମଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational