ସୁରେନ୍ଦ୍ର ମହାନ୍ତିଙ୍କ ସ୍ମରଣେ
ସୁରେନ୍ଦ୍ର ମହାନ୍ତିଙ୍କ ସ୍ମରଣେ
ସାହିତ୍ୟ ଓ ସମ୍ବାଦ ପରସ୍ପର ପରିପୂରକ,
ବିଚାରି ଥିଲେ ଯିଏ
ସେହି ବିଚାରରେ ‘‘ଶେଷସ୍ତମ୍ଭ’’ ‘‘ସମ୍ବାଦ’’ରେ
ସୃଷ୍ଟି କଲେ ସିଏ ।
ଏକାଧାରରେ ଥିଲେ କଥାଶୀଳ୍ପି, ରାଜନୀତିଜ୍ଞ
ଔପନାସିକ ସେହି ବ୍ୟକ୍ତି
ସେ ଆଉ କେହି ନୁହେଁ, ସେ ହେଉଛନ୍ତି ପ୍ରାବନ୍ଧିକ,
ସମାଲୋଚକ, ସୁରେନ୍ଦ୍ର ମହାନ୍ତି ।
ନାଟ୍ୟକାର, ସଂପାଦକ, ସାମ୍ବାଦିକ, ସ୍ୱାଧିନତା
ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ
ଅତ୍ୟୁକ୍ତି ହେବନାହିଁ ତାଙ୍କ ଜୀବନକାଳକୁ ଓଡିଶାର
ବିଂଶ ଶତାବ୍ଦୀର ଇତିହାସ କହିଲେ ।
ପ୍ରକାଶ ପାଉଥିଲା ସଂପାଦକ ସୁରେନ୍ଦ୍ର ମହାନ୍ତିଙ୍କ
ଲିଖିତ ‘‘ଶେଷସ୍ତମ୍ଭ’’ ଗୁରୁବାରରେ
‘‘ଶେଷସ୍ତମ୍ଭ’’ ଲେଖୁଥିଲେ ସେ ସମ୍ବାଦର ସଂପାଦକ
ଦାୟିତ୍ୱରୁ ଅବ୍ୟାହତି ନେଲା ପରେ ।
ସୁରେନ୍ଦ୍ର ମହାନ୍ତିଙ୍କ ‘‘ଶେଷସ୍ତମ୍ଭ’’ ବିଶେଷ ପାଠକୀୟ
ଆଦୃତ ଲାଭ କରି ଥିଲା
‘‘ଓଡ଼ିଆ ଭାଷା ଓ ଆମେ’’, ପ୍ରଥମ ‘‘ଶେଷସ୍ତମ୍ଭ’’ ୪/
୧୦/୧୯୮୪ରେ ପ୍ରକାଶିତ ହେଲା ।
ସେହି ସାରସ୍ୱତ ପୁରୁଷ ଲେଖିଲେ ସମ୍ବାଦ ପୃଷ୍ଠାରେ
୨୪୭ ଗୋଟି ‘‘ଶେଷସ୍ତମ୍ଭ’’
‘ଲାଇଟ୍ ହାଉସ୍ ରେ ଶାଳଭଞ୍ଜିକା’’ ଥିଲା ତାଙ୍କ
ଲିଖତ ଅନ୍ତିମ ‘‘ଶେଷସ୍ତମ୍ଭ’’ ।
ସୁରେନ୍ଦ୍ର ମହାନ୍ତି ତା୨୧/୧୨/୯୦ରେ ଇହଲୀଳା
ସମ୍ବରଣ କରିଥିଲେ
‘ଶେଷସ୍ତମ୍ଭ’ ଇହଲୀଳା ସମ୍ବରଣ କରିବାର ଛଅ
ଦିନ ପୂର୍ବରୁ ସେ ଲେଖିଥିଲେ ।
ପ୍ରଥମ ଶେଷସ୍ତମ୍ଭରେ ଓଡ଼ିଆ ଶବ୍ଦକୋଷର ପରିସର
ସୀମିତ ହୋଇପଡୁଛି, ଦୁଃଖ ପ୍ରକାଶ କରିଥିଲେ
ଓଡ଼ିଆ ଭାଷାରେ ଏକ ଖପରାଡିଆଁ ପ୍ରବୃତ୍ତି ପରିଲିକ୍ଷିତ
ହେଉଛି ବୋଲି ସେ ଚେତାଇ ଦେଇଥିଲେ ।
ଆମ ଓଡ଼ିଆ ଭାଷାରେ ହଜାର ହଜାର ନୂତନ ଶବ୍ଦ
ଏହା ମଧ୍ୟରେ ପ୍ରଚଳିତ ହୋଇଛି
ସେଗୁଡିକ ଆମ ଭାଷାର ବିଭବରେ ଆଜି ପର୍ଯ୍ୟନ୍ତ
ବିବେଚିତ କଅଣ ହୋଇ ପାରିଛି ।
‘ଲାଇଟ୍ ହାଉସରେ ଶୀଳାଭଞ୍ଜିକା’ ରେ ସେ ପଥର
ପାହାଚ ଚଢି ଗଲାବେଳେ
କଳାମୁଗୁନି ପଥର ଏବଂ ଶାଳଭଞ୍ଜିକା ମୂର୍ତ୍ତି ମନ୍ଦିରରୁ
ଅଣାଯାଇଛି ବୋଲି ଜାଣିଥିଲେ ।
ଦୁର୍ଗ ବାରବାଟୀ ଓ ସେଥିରେ ଥିବା ମୂଲ୍ୟବାନ ପଥର
ଓ ମୂର୍ତ୍ତିର ଅବସ୍ଥା ତାଙ୍କୁ ବ୍ୟଥିତ କରିଥିଲା
ଓଡ଼ିଆ ଜାତିର ଐତିହାସିକ କୀର୍ତ୍ତି, ଗୌରବୋଜ୍ଜଳ ସ୍ମୃତି
ଓ ସଂସ୍କୃତି ବିଲୀନ କରିବାର ଅପଚେଷ୍ଟା ଥିଲା ।
ଇତିହାସର ଛାତ୍ର ହିସାବରେ ମୁଁ ଜାଣିଛି ଇତିହାସ
ହେଉଛି ସମଷ୍ଟିଗତ ସ୍ମୃତି ଏକ ଜାତିର
ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନ
ପ୍ରତିପାଦନ ହୋଇଥାଏ ସେ ଜାତିର ।
ସୁରେନ୍ଦ୍ର ମହାନ୍ତି ଜାଣିଥିଲେ ଇତିହାସରେ ଜାଣି ହୁଏ
ଉତ୍ଥାନ, ପତନ, ବିସ୍ତାର, ସଙ୍କୋଚନ
ତାଙ୍କ ଜୀବନର ଶେଷଲେଖା କେବଳ ନୁହେଁ, ଓଡ଼ିଆ
ଜାତି ନିମିତ୍ତ ଥିଲା ଏକ ଆହ୍ୱାନ ।
ମଣିଷକୁ ସ୍ୱାଧୀନତା ଦେବାରେ ସୁରେନ୍ଦ୍ର ମହାନ୍ତି ଆଗ୍ରହୀ
ଥିଲେ ଆମ ଜାତୀୟ ସଂଗ୍ରାମରେ
‘ଶେଷସ୍ତମ୍ଭ’’ର ଲେଖକ ପ୍ରବାଦ ସାରସ୍ୱତ ପୁରୁଷ ସୁରେନ୍ଦ୍ର
ମହାନ୍ତିଙ୍କୁ ପ୍ରଣାମ ଆଜି ଦିନରେ ।
