STORYMIRROR

Sadananda Sahoo

Classics

2  

Sadananda Sahoo

Classics

ସୁପୁତ୍ରର ଜନ୍ମୋତ୍ସବ

ସୁପୁତ୍ରର ଜନ୍ମୋତ୍ସବ

1 min
323

  ଜଗତର ନାଥ ଦିଅ ହେ ଆଶିଷ

    ଅଶ୍ୱିନି ମୋ'ଟିକି ଫୁଲ

 ଶୁଭ ଅବସରେ ଧନ ମୋର କୋଳେ

    ହଉ ଅସରନ୍ତି ଗେଲ


 ସମୃଦ୍ଧି ବିଜୟ ଏଜନ୍ମ ଦିବସ

    ଆଣି ଦେଉ ଚିର ହସ

 ଶତ ଆଶିର୍ବାଦ କର ଜଗନ୍ନାଥ

   ମନରେ ନ ରହୁ ରୋଷ


 ଆଖିର ସପନ ଅଶ୍ୱିନି ମୋ ଧନ

   ରହୁ ସଦା ଖୁସି ମନେ

ପିତା ମୃତ୍ଯୁଞ୍ଜୟ ହେଉ ତାଙ୍କ ଜୟ

    ପୁତ୍ରର ବିଜୟ ପଣେ


 ମୁଁ 'ହରପ୍ରିୟା ପୁତ୍ର ସ୍ନେହିଁ ମାଆ

    କରୁଛି ବିନତି ପ୍ରଭୁ

 ଅସରନ୍ତି ସୁଖ କର ଵାରେ ଦାନ

   ହସୁ ମୋ' ଅଶ୍ୱିନି ବିଭୁ


 ଖଗେନ୍ଦ୍ରନାଥଟି ପିତାମହ ବିତ୍ତ

    ଅଶ୍ୱିନିତ ସୁନା ନାତି

 ଜେଜମା' ନଳିନୀ ଶୁଭ ପ୍ରଦାୟିନୀ

   କୋଳେ ବିତେ ଦିନ ରାତି


ମାଆର ମମତା ସରଗ ମୁକୁତା

   ସମର୍ପଣେ  ହରପ୍ରିୟା

ମୃତ୍ଯୁଞ୍ଜୟ ପିତା ହସୁ ହେ ସର୍ବଦା

    ଶୁଭଦୃଷ୍ଟି ରଖିଥାଆ 


ସୁନେଲି ସନ୍ଧ୍ୟାରେ ଏ ମହାମିଳନେ

    ପୁଷ୍ପ ବର୍ଷା ହେଉ ପ୍ରଭୁ

ଅଶ୍ୱିନି ସୁପୁତ୍ର ସପନର ନେତ୍ର

  ଦୀର୍ଘଜୀବି ହେଉ ବିଭୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics