ସୁନ୍ଦରୀ
ସୁନ୍ଦରୀ


ସାଗର କୂଳରେ ଦେଖିଲି ଗୋଟେ ସୁନ୍ଦରୀ
କାନ୍ଦୁଥିଲା ବସି, ଅବିରତ ଅଶ୍ରୁ ଯାଉଥିଲା ବହି,
କହିଲା ମୋତେ ଦିଅ ମୋ ହସ ଫେରେଇ
ପଚାରିଲି ତମ ଲୁହ ପାଇଁ କଣ ମୁଁ ଦାୟୀ
କହିଲା ସମସ୍ତଙ୍କ ହାତରେ ମୁଁ ସାଜିଛି ଖେଳନା
ମତେ ନିଜର କରିବାକୁ ସମସ୍ତେ କରନ୍ତି ଛଳନା
ଢେଉଟେ ଆସି ଗୋଡ ଚାରିପଟେ ଢାଳି ଦେଇଗଲା କିଛି
ପ୍ରଶ୍ନର ଉତ୍ତର ପାଇଲି କି ନାହିଁ ଏ ଯାଏଁ ଭାବୁଛି