STORYMIRROR

Debadatta Jena

Romance

4  

Debadatta Jena

Romance

ତପସ୍ୟା

ତପସ୍ୟା

1 min
342

ସକଳେ ଡାକନ୍ତି ତମେ ତମେ ବୋଲି

ସେ ତମେର ମୂଲ୍ୟ ନାହିଁ,

ତମେ ଯେବେ ମତେ ତମେ ବୋଲି କହ

ଏତେ ମିଠା କାହିଁ ପାଇଁ..!

ସଭିଏଁ ଭାଷନ୍ତି କେତେ କେତେ କଥା,

କଥାରେ ମାଧୁର୍ଯ୍ୟ ନାହିଁ,

ତମ କଥା ଲାଗେ ଲାଳିତ୍ୟ ଲାବଣ୍ୟ,

ଅମୃତ ଝରଣ ହୋଇ..!

ତମ ଠାଣି,ବାଣୀ,ସେ ବାଙ୍କ ଚାହାଁଣୀ,

କହେ ହୃଦୟ କାହାଣୀ,

ତମେ ଦେଲେ ଛୁଇଁ ହୃଦୟ କସ୍ତୁରୀ,

ସୁରଭି ଦିଏ ସେ ବୁଣି..!

ପ୍ରେମ ପ୍ରେମ ବୋଲି ସଭିଏଁ କୁହନ୍ତି

ସେ ପ୍ରେମେ ମମତା କାହିଁ,

ତମ ପ୍ରେମେ ଯେଉଁ ମଧୁରତା ଥାଏ,

ଅପୂର୍ବ ମହକ ସେହି..!

ଅନେକ କହନ୍ତି ପ୍ରେୟସୀ ପ୍ରେୟସୀ

ରୂପସୀ ଅଭିମାନିନୀ,

ତମେ ମୋ ପ୍ରେମର ଅବୁଝା ନାୟିକା

ପ୍ରିୟତମା ମୋ ମାନସୀ..!

ମଳୟ ସୁଗନ୍ଧେ ମୋହିନୀ ମାନିନୀ,

ପ୍ରେମ ରସେ ମନ୍ଦାକିନୀ,

ତମେ ପ୍ରୀତି ଫୁଲ ପ୍ରେମ ପୂଜା ଫୁଲ,

ଫୁଲ ରାଣୀ ପୁଜାରିଣୀ..!

@ଇନ୍ଦ୍ରଧନୁର ରଂଗ..🌷


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance