ବେସାଲିସ କବିତା
ବେସାଲିସ କବିତା
ସବୁତକ ସବୁକଥା କହିହୁଏନା
ସଭିଙ୍କୁ ସଭି ଜାଗାରେ ।
ତଥାପି କିଛି କଥା
କାହାକୁ କାହାକୁ କହିବାକୁ
ଭଲଲାଗେ କେବେ କେବେ
ଯେବେ ମନ କରେ ।
କିଛି କହିବାକୁ ଅଛି ମନରେ
ମୁଁ ଖୋଜିନିଏ ଏ ଆଖିରେ ।
ସେଇ ଦୁଇ ଆଖିର ମୁଁହ
ଯାହା ସବୁ ଶୁଣିବ ଚୁପ ରହିବ
ଅତି ଦରକାରରେ ।
ପଦେ ବା ଦିପଦ କହିବ
ଯାହା ଏଡାଇ ଯାଇ ହେବନି
ନା ମଧ୍ଯ କହିହେବନି ।
ସେ ଜାଣେ ଅତି ଅଧିକ କହି
ବୁଝାଇ କି ହୁଏ
ବୁଝିବା ମନଟି ପଦେ ରେ ବି ବୁଝିଯାଏ ।
ବୁଝିବାର ଚାତୁରୀ ଓ ବୁଝେଇବାର କୌଶଳରେ
ରଣ ମଝିରେ ବୁଝାଇବା ଆଗ ଧାଡିରେ ।
ସେ ଜାଣେ ମୁଁ କିଛି କହିବି ଏଥର
ଆଉ ଯଦି ସିଧା କଥାରେ ।
କେବେ ମୁଁ ସ୍ବପ୍ନରେ ଚାଲେ
ପଛେ ପଛେ କେତେ ଅନୁସରଣ କରନ୍ତି
ତଥାପି ଫାଇଲ ବୋଲି ଯେଉଁ ଇଚ୍ଛାରେ ।
ଯେତେଥର ମନେ ପଡେ ବାସ୍ତବରେ
ସେ ବୁଝେ କି ନା ଜାଣେନା
ସବୁ ତୋ କଥା ତୁ ସମ୍ଭାଳେ ମୁଁ ଜାଣେନା ।
ଆଉ କିଛି ଭିତରେ ରଖିବାକୁ ହୁଏ ବାରମ୍ବାର
ଜବରଦସ୍ତ ହସ ଆଣିବାକୁ ହୁଏ ଓଠରେ
ଚାଦର ଓଢିବାକୁ ହୁଏ ଅଭିମାନର ମୁହଁରେ ।
କରୁଣା ଆଶା ନଥାଏ କେବେ ହେଲେ
ତଥାପି ମନଟା ବୁଝେନା ଭଲରେ
କେତେ ଧାଇଁବାକୁ ହୁଏ ପଛରେ ।
ଆଉ ଧଇଁ ସଇଁ ଯିବାକୁ ହୁଏ ଜୀବନରେ
ଥକାହରା ମନଟା ଯେ ଟିକିଏ ବୋଲ ମାନେନା
ଆଗକୁ ବଢିବାର ଲାଳସାରେ ପଛକୁ ଚାହେଁନା ।
ଟିକିଏ ରହିବ ସତରେ ହାଲିଆ ହେଲାଣି
ଆଉ ଟିକେ ପରେ ଆଗକୁ ପୁଣି ବଢିବ
ଏମିତି କାହିଁକି ମନଟା ଚାହେଁନି ।
ଆଉ ଏକାଥରକେ ବଢିବାର ଆଶା ଛାଡିପାରେନି
ଏଇତ ଜୀବନ
ଏଇଠି ହାଲିଆ ନ ହେଲେ କିଛି ମିଳେନି
ସଂଘର୍ଷର ମୂଲ୍ୟ କେତେ ବା ବୁଝନ୍ତି
ସମସ୍ତେ ଭାଗ୍ୟବାନ ହିଁ ଭାବନ୍ତି ।