STORYMIRROR

Prabhati Mahapatra

Romance Others

4  

Prabhati Mahapatra

Romance Others

କେମିତି କହିବି

କେମିତି କହିବି

1 min
195


ସକଳେ ଡାକନ୍ତି ତମେ ତମେ ବୋଲି .....


କେମିତି କହିବି ଏଇ ମନ କଥା

ତୁମେ ମୋର ପ୍ରିୟତମ

କହିବାକୁ ମୋତେ ଲାଜ ଲାଗେ ପ୍ରିୟ

ବୋଳି ଦେଲ ଏତେ ପ୍ରେମ 

ସକଳେ ଡାକନ୍ତି ମୋର ନାମ ଧରି

ଲାଗେ ନାହିଁ ଏତେ ଭଲ

ତୁମେ ଯେବେ ମୋତେ ଶୁଣୁଛ ଡାକିଲ

ସତେ କିଏ କଲା ଗେଲ 

କେତେ କିଏ ଆସି ଦେଖି ଚାଲି ଗଲେ

ଛୁଏଁନା ମନକୁ ମୋର

ତୁମେ ଯେବେ ଦେଖ ବାଙ୍କ ଚାହାଁଣିରେ

ହୃଦୟରେ କର ଘର ।

କେମିତି କହିବି .....

କେତେ ଯେ କୁହନ୍ତି ଗୁଣବତୀ ବୋଲି

ଲାଗେ ନାହିଁ ଏତେ ଖୁସି

ତୁମେ ଯେବେ ମୋତେ ପ୍ରିୟତମା କୁହ

ଉଇଁ ଆସେ ସତେ ଶଶି

 ପିଲା ବେଳେ କେତେ ସାଙ୍ଗ ସାଥୀ ମୋତେ

ବସିଲେ ସହୀ ସଂଗୀତ

ତାଠାରୁ ଅଧିକ ଆନନ୍ଦିତ ହୁଏ

ତୁମେ ଯେବେ ହେଲ ମିତ

କେମିତି କହିବି ......

କେତେକ ଡାକନ୍ତି ଚାଲ ବୁଲି ଯିବା

ତୁମ ବିନା ଇଛା ନାହିଁ

ତୁମ ପ୍ରେମ ଝରେ ପ୍ରୀତି ନଦୀ ରୂପେ

ମନ ମୋର ଯାଏ ବୋହି 

ତୁମେ ଥିଲେ ପାଶେ ମଧୁ ରାତି ହସେ

ଚଇତାଳି ଛୁଇଁ ଯାଏ

ପୁଲ୍ଲକିତ ହୋଇ ଏଇ ମନ ମୋର

ମନେ ମନେ ହସୁ ଥାଏ

କାହିଁକି କେଜାଣି କେହି ଯଦି ଡାକେ

ହେଉ ଥାଏ ଆନମନା

ତୁମ ପାଦ ଯେବେ ଅଗଣାରେ ପଡେ

ନାଚେ ମୋ ମନ ମଇନା 

କେମିତି କହିବି ......

ତୁମରି ପାଇଁକି ହୁଏ ଭାଗ୍ୟବତୀ

ତୁମେ ମୋର ସ୍ମୃତି ପୁଷ୍ପ

ତୁମରି ସପନେ ରାତି ବିତି ଯାଏ

ଗଢି କେତେ ପ୍ରେମ ସ୍ତୁପ

କେତେ ଯେ କହିଲେ ମୋ ନିଦ ଭାଙ୍ଗେନା

ଆଖିରେ କରିଛ ବାସ

ମନ ଦରପଣେ ଦେଖୁଥାଏ ନିତି

ତୁମ ମୁହଁ ହସ ହସ 

କେମିତି କହିବି .......

ଦେବତା ରୂପରେ ପାଇଛି ତୁମକୁ

ସାର୍ଥକ ଏଇ ମୋ ପ୍ରାଣ

ସାତ ଜନ୍ମ ଯାଏ ସାଥୀ ହୋଇ ରୁହ

ଏତିକି ମୋ ନିବେଦନ

ମରିବା ପୂର୍ବରୁ ତୁମରି କୋଳରେ

ଆଶା ହେଉ ମୋର ଶେଷ

ତୁମର ହୋଇ ମୁଁ ସରଗକୁ ଯାଏ

ପୋଛି ସବୁ ଅବଶୋଷ ।

କେମିତି କହିବି .......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance