ମହତ୍ୱ
ମହତ୍ୱ
ପ୍ରତିଶୃତି
ମହତ୍ୱ ଦେଇଛି ତୁମରି ପ୍ରେମକୁ
କରୁଥିବି ତାକୁ ପୂଜା
ପ୍ରତିଶୃତି ତୁମ ଜୀବନେ ମୋହର
କରିଅଛି ବଡବସା।
ଭାଙ୍ଗିଦେବ ନାହିଁ ତୁମ ପ୍ରତିଶୃତି
ଦେବନାହିଁ କେବେ ଧୋକା
ସମାଜ ଆଖିରେ ମୁଣ୍ଡ ଟେକିବାକୁ
କରିବନି କେବେ ଲଜ୍ୟା ।
ପ୍ରତିଶୃତି ମୋତେ ଦିଅନାହିଁ କେବେ
କରନାହିଁ ପ୍ରତାରଣା
ବିଶ୍ଵାସଟି ମୋର ନଯାଉ ଭାଙ୍ଗିଟି
ପ୍ରତିଶୃତି କର ରକ୍ଷା ।

