STORYMIRROR

Rita Behera

Inspirational

3  

Rita Behera

Inspirational

ଦୁହିତା

ଦୁହିତା

1 min
246


ଦୁଇ କୁଳର ସେ ହିତକରେ ବୋଲି

ନାମ ତାର ଦୁହିତା

ସବୁଥିରେ ସିଏ ଦକ୍ଷପାରଙ୍ଗମ

ସେ ହୁଏ ଅପରାଜିତା ।


ସେ ନୁହେଁ ଅଖୋଜା ନୁହେଁ ସେ ଅଲୋଡ଼ା

ସେ ପରା ଘରର ମଣୀ

ସିଏ ଗଢ଼ିଥାଏ ସୁନାର ସଂସାର

ସମସ୍ତଙ୍କୁ ଯୋଡ଼ି ପୁଣି।


ବାପା ମାଆଙ୍କର ସାହା ସେ ଭରସା

ଦେଇଥାଏ ପ୍ରତିଶୃତି

ପର ଘରକୁ ସେ ଚାଲିଗଲେ ପୁଣି

ଦୁଇ ଘର ଦିଏ ଯୋଡି।


ବୃଦ୍ଧକାଳେ ସାହା ହୁଅଇ ସନ୍ତାନ

ଆଶାବାଡ଼ି ବାପାଙ୍କର

ପୁଅଝିଅ ଭେଦଭାବଟି ନଥାଏ

ଝିଅଟି ଅମୂଲ୍ୟ ରତନ ।


ଚନ୍ଦ୍ରମା ପରିକା ଯତନ ନେଇଣ

କରେ ସେ ସଦା ଯତନ

ପୁଅର ଅଭାବ ପୂରଣ କରେ ସେ

ନ ଆସେ ମନରେ ଦୁଃଖ ।


ହୁଅ ଅବା ପୁଅ କିବାହୁଅ ଝିଅ

ସେଥିରେ ଫରକ ନାହି

ଛୋଟଛୋଟ ଖୁସି ଯିଏ ବାଣ୍ଟି ଦିଏ

ଉତ୍ତମ ସନ୍ତାନ ସେହି ।


  


Rate this content
Log in

More oriya poem from Rita Behera

Similar oriya poem from Inspirational