STORYMIRROR

Rajakishore Mundi

Abstract Romance

4  

Rajakishore Mundi

Abstract Romance

ଫଗୁଣର ବାସ୍ନା

ଫଗୁଣର ବାସ୍ନା

1 min
196

ଧୀରେ ପାଦ ଥାପି

     ଫଗୁଣ ଆସିଛି

         ରଙ୍ଗର ପସରା ନେଇ

ହୃଦୟ ତନ୍ତ୍ରୀ୍ରେ 

      ନୂଆ ଉନ୍ମାଦନା

         ଉଡ଼ିବୁଲେ ସାଥି ପାଇ ।!୧!!

ପ୍ରୀତି ପରସର

       ମଳୟ ପବନେ

            ତନୁ ମନ ଶିହରଣ

ପ୍ରଣୟ ପିୟାସୀ

        କୃଷ୍ଣ ଚୁଡା ରଙ୍ଗେ

            ବିମୋହିତ ତାର ପ୍ରାଣ ।!୨!!   

 ହଜି ଗଲୁ ଆମେ

        ଭାବ ପ୍ରବଣରେ

            ମନରେ ମିିିଶିଲା ମନ

ବଧୂ ବେଶ ସାଜି

     ଆମ ଅଗଣାରେ

           ବିଶ୍ୱାସେ ଜିିଣିଲେ ମନ ।!୩!!

ବେସ କିିିଛି ଦିନ 

     ପାହି ଗଲା ରାତି

        ଉଜାଗରେ ହସି ହସି

ମତୁଆଲା କଲ

   ତୁମ ପିିଉସରେ

        ଭାବି ମୁଁ ପାରୁନି ବସି ।!୪!!

ସଂସର ଜାଳିଲୁ

      ହୃଦୟ ଭାଙ୍ଗିଲୁ   

           ଭୁଲି ଗଲୁ ପ୍ରତିଶୃତି   

ତାରା ଟିଏ ହୋଇ

      ମୁକ୍ତ ଆକାଶରେ

         ରହି ଗଲୁ ହୋଇ ଶ୍ରୁତି ।!୫!!

ଖାଁ ଖାଁ ଲାଗେ 

    ଅଗଣା ଦୁଆର

         ଭୁଲି ମୁଁ ପାରୁନି ଜମା

 ପ୍ରୀତି ପରସର

       ପ୍ରଥମ ଛୁଆଁରେ 

            ନିଜକୁ ଦେଉନି କ୍ଷମା ।!୬!!

ସମ୍ପର୍କର ଏହି

      ପବିତ୍ର ବନ୍ଧନ

            ସତେ ଅବା ଖେଳ ଘର

ଭାବି ଜୀବନରେ 

        ଏଭଳି ନିଷ୍ପତ୍ତି

            ଭୁୁୁଲ ଥିଲା ଜୀବନର ।!୭!!

ନିସଙ୍ଗ ଜୀବନେ

     ବଂଚି ମୁଁ  ପାରୁନି

          ଝୁରେ ମନ ତୁମ ପାଇଁ

ମନ ମାନେ ନାହିଁ

       ନିର ଝଡି ପଡେ

            ମନ୍ଦାକିନୀ ଧାର ହୋଇ ।।୮!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract