STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ସୁନ୍ଦର

ସୁନ୍ଦର

1 min
387


ସୁନ୍ଦର ପୋଷାକ ପିନ୍ଧିଲେ ଯେକେହି

ହୁଏ ପରା ଆକର୍ଷିତ

ସୁନ୍ଦର ସ୍ଥାନକୁ ବୁଲିଗଲେ ପରା

ମନ ଲାଗେ ପ୍ରଫୁଲ୍ଲିତ ।


ଘରକୁ ସୁନ୍ଦର ରଖିଲେ ହୁଅନ୍ତି

ଖୁସି ପରା ଗୃହଲକ୍ଷ୍ମୀ

ହ୍ରଦଟି ସୁନ୍ଦର ଲାଗଇ ସେଠାରେ

ରୁଣ୍ଡ ହେଲେ ନାନା ପକ୍ଷୀ ।


ଗଛଟି ସୁନ୍ଦର ଲାଗେ ଯେବେ ସେଠି

ଫୁଲ ଫୁଟେ ଫଳ ଫଳେ

କ୍ଷେତଟି ସୁନ୍ଦର ଦିଶଇ ଯେବେରେ

ସୁନାର ଫସଲ ଖେଳେ ।


ଏଫୁଲୁ ସେଫୁଲ ଉଡ଼େ ପ୍ରଜାପତି

ବଗିଚା ସୁନ୍ଦର ଦିଶେ

ମା' କୋଳ ସୁନ୍ଦର ଶିଶୁଟିକୁ ନେଇ

ଶିଶୁ ଯେବେ ସ୍ମିତ ହସେ ।


ଛାତ୍ରଛାତ୍ରୀ ଥିଲେ ସୁନ୍ଦର ଲାଗଇ

ବିଦ୍ୟାଳୟ ପରିବେଶ

ଜହ୍ନମାମୁଁ ତଥା ତାରକାକୁ ନେଇ

ସୁନ୍ଦର ଲାଗେ ଆକାଶ ।


ସୁନ୍ଦର ଅଥବା ମଧୁର ବଚନ

ମୋହିନିଏ ମନପ୍ରାଣ

ସୁନ୍ଦର ଅକ୍ଷର ଆକର୍ଷିତ କରେ

ବଢ଼ାଏ ଲେଖାର ମାନ ।


ନଈ ପୋଖରୀଟି ଲାଗଇ ସୁନ୍ଦର

ଫୁଟିଲେ କମଳ କଇଁ

ପର୍ବତ ସୁନ୍ଦର ପର୍ବତରେ ଯଦି

ଗଛଲତା ଭରି ଥାଇ ।


କଥାରେ କହନ୍ତି ସୁନ୍ଦର ତୃପ୍ତିର

କେବେ ଅବସାଦ ନାହିଁ

ଯେତେ ଦେଖୁଥିଲେ ଆଖିକୁ ସର୍ବଦା

ନୂଆ ନୂଆ ଦିଶୁଥାଇ ।


Rate this content
Log in

Similar oriya poem from Abstract