STORYMIRROR

Kulamani Sarangi

Classics

2  

Kulamani Sarangi

Classics

ସୁନ୍ଦର ତୁମ ସୃଷ୍ଟି

ସୁନ୍ଦର ତୁମ ସୃଷ୍ଟି

1 min
34


ଧରିଅଛ ଯେଉଁ ମୁରଲୀ,ନାଁ ତା'ର ମୋହନ,

ତୁମ ଓଠେ ଲାଗି ସରଜେ କେତେ ସଂଗୀତ ସ୍ବନ,

ସେଇ ସ୍ବନ ଛୁଇଁ ଜଳରେ ଖେଳି ଯାଏ ଲହରୀ,

ଫୁଟି ଉଠେ ଲତା ବୃନ୍ତରେ ଫୁଲ ଭଳିକି ଭଳି;

ଆକାଶରୁ ବାରି ଝରଇ,

ମୟୂର ଆନନ୍ଦେ ନାଚଇ,

ଉଡି ଯାଆନ୍ତି ପ୍ରଜାପତି ବୁଣିଦେଇ ସପନ ;

ହସୁଛ ନିର୍ଲିପ୍ତ ସତେ କି ତମେ କିଛି ଜାଣିନ !!


ବାଜିଲେ ମୁରଲୀ ଖେଳଇ ଢେଉ ଇନ୍ଦ୍ରଜାଲର, 

ବିମୋହିତ ହୁଏ ଚେତନ, ଜଡ ସାରା ସଂସାର,

ଆଲୋକ ଅନ୍ଧକାର ଜାଲେ ଆଖି ହୁଏ ବନ୍ଧନ,

ସୁଖ ଦୁଃଖ କଳା ଧଳାର ଆସେ ସାତ ସପନ,

ରୋଷ ଆବେଗର ରୋଷଣୀ,

ଧୃତି ମୋହ ଭୟ ବନ୍ଧନୀ,

ମଜ୍ଜାଇ ହଜାଇ ଦିଏ ସେ ଜଗତର ଚୈତନ୍ୟ,

ହସୁଛ ନିର୍ଲିପ୍ତ ସତେକି ତମେ କିଛି ଜାଣିନ।।


ସବୁ ମାୟା ମାୟାଧର ହେ କର ଉଚ୍ଛନ୍ନ କରି,

ହୃଦୟ କନ୍ଦର ଅନ୍ଧାର କର ଆବେଗ ଭରି,

ବଜାଅ ମୋହନ ମୁରଲୀ ଅପସରୁ ଅନ୍ଧାର,

ଅମୃତ ସନ୍ତାନେ ଅମୃତ ଦିଅ ମୁରଲୀ ଧର,

ରାମମୟ କର ହୃଦୟ,

ଶଙ୍ଖନାଦେ କର ତନ୍ମୟ,

ସୁନ୍ଦର କର ତୁମ ସୃଷ୍ଟି ଦେଇ ନୂଆ ସପନ,

ତୁମ ହସେ ହସୁ ଜଗତ ଆହେ ବିଶ୍ବଜୀବନ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics