STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ସୁନ୍ଦର ସକାଳ

ସୁନ୍ଦର ସକାଳ

1 min
247


କାଳୀ ଅନ୍ଧାରରୁ ଚଷା ଭାଇ ଉଠି

  ଧାଇଁ ଯାଏ ସୁନାକ୍ଷେତେ,

ବଡିଭୋରୁ ମାଆ ସକଳ ପାଇଟି 

   କରେ ଇଷ୍ଟ ପ୍ରଣିପାତେ,

   ଉଠ ଉଠ ବନ୍ଧୁ ଯେତେ

ଆଳସ୍ୟକୁ ପରତ୍ୟାଗ କରି ଶଯ୍ୟା

  ଛାଡି ବେଗି ଉଠ ସତେ।


ସକାଳୁ ସକାଳୁ ଖୋଲା ପବନରେ

  ଘେରାଏ ତ ବୁଲି ଆସ,

ନିତ୍ୟ କର୍ମ ସାରି ଯୋଗ ପ୍ରାଣାୟମ

  କରିବାକୁ ଟିକେ ବସ,

ସୁଷମ ଆହାର ସ୍ଵଛ ମନନେଇ

ଦିନକୁ ଅନ୍ତତଃ ଥରଟେ ନିଜକୁ

 ଭଲପାଇ ହସ ହସ।


ଗୁରୁ ଗୁରୁଜନେ ସମ୍ମାନ ଜଣାଇ

  ମାନିବା କଥା ତାଙ୍କର,

ମାଆ ଯାହା ଦେବେ ଖାଇବାକୁ ତାହା

  ଖୁସିରେ କରି ଆହାର,

  ଦୁଃଖି ରଙ୍କିଙ୍କ ସେବାର

ଦୟା ଭାବ ମନେ ରଖି ଚାଲୁଥିବା

  ସାହା କାଳିଆ ଠାକୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational