STORYMIRROR

Pradipta Sundar Rath

Romance

2  

Pradipta Sundar Rath

Romance

ସୁନ୍ଦର ଗୋଟେ ପରୀଟିଏ

ସୁନ୍ଦର ଗୋଟେ ପରୀଟିଏ

1 min
236


ସୁନ୍ଦର ଗୋଟେ ପରୀଟିଏ

ହସୁଛି ଦେଖି ମୋତେ ଧୀରେ ଧୀରେ

ନୁହେଁ ସପନରେ

ବସିଛି ସେ ମୋ ନିକଟରେ

କହିଲି ତା ପାଶେ ବସି ...ଦେଖିଥିବା ସପନ କିଛି

କହିଲା ସେ ହସି ...ମୋ ସପନ ତା ଜୀବନ ତା ଖୁସି

(ପଚାରିଲି ଯେବେ… ତୋ ସପନ ଗଲା କୁଆଡେ ...ମୋ ସପନକୁ କାହିଁ ନିଜର ଭାବୁ ଏତେ...କଣ କହିଲା ଜାଣ )

ଆସି ମୋର ପାଶେ ବସି ...କହିଲା ସେ ହସି

ତା ସବୁ ସପନ ...କରିଛି ମୁ ପୂରଣ

ମୋ ଅଜାଣତେ

ଛୋଟ ଗୋଟେ ପରୀଟିଏ ...ବସିଛି ମୋ ନିକଟରେ

ହସୁଛି ଦେଖି ମୋତେ ଧୀରେ ଧୀରେ ।।


ଥିଲା ଯେତେ ମୋର ଦୁର୍ବଳତା

ରାଗ ଅଭିମାନ ଈର୍ଷା

ରାଗିଯାଏ ତା ଉପରେ ବେଳେବେଳେ

ଚାହେଁ ତାକୁ ଅଧିକ ଭଲପାଇବାକୁ

ଈର୍ଷା କରି ତା ପ୍ରେମକୁ

ଅଭିମାନ କରେ କେବେ

ରହେ ଯେବେ ସେ ନୀରବେ

ହସିଦିଏ ସେ ଟିକେ ...ଯେବେ ମୁ ତା ଉପରେ ରାଗେ

ମୋ ଅଜାଣତେ

ସୁନ୍ଦର ଗୋଟେ ପରୀଟିଏ ...ବସିଛି ମୋ ନିକଟରେ

ହସୁଛି ଦେଖି ମୋତେ ଧୀରେ ଧୀରେ ।।



ମୋ ଠୁ ଅଧିକ ମୋତେ ...ଭଲପାଏ ସେ

ବାନ୍ଧିଛି ମୋ ପରିବାରକୁ ପ୍ରେମେ …ମିଠା ମିଠା କଥା କହି ସ୍ନେହେ

ମୋ ଅଜାଣତେ

ସୁନ୍ଦର ଗୋଟେ ପରୀଟିଏ ...ବସିଛି ମୋ ନିକଟରେ

ହସୁଛି ଦେଖି ମୋତେ ଧୀରେ ଧୀରେ ।।



ଯେ ମନ ଥିଲା ଗୁମ୍ ସୁମ୍ ...କରେ ଆଜି ଗପସପ ରାତିଦିନ ହରଦମ୍

ଯିବାକୁ ଚାହେଁ ଯେବେ ମନ ନୀରବରେ …ବାନ୍ଧି ରଖେ ସେ ତା ଅଭିମାନ ପ୍ରେମରେ

ନିଶ୍ବାସ ମୁ ତା ଜୀବନର ...ସେ ଜୀବନ ମୋ ବିଶ୍ବାସ ର

ମୋ ଅଜାଣତେ

ସୁନ୍ଦର ଗୋଟେ ପରୀଟିଏ ...ବସିଛି ମୋ ନିକଟରେ

ହସୁଛି ଦେଖି ମୋତେ ଧୀରେ ଧୀରେ ।।


Rate this content
Log in

Similar oriya poem from Romance