Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ସୁନ୍ଦର ଆମ ପରିବାର

ସୁନ୍ଦର ଆମ ପରିବାର

1 min
154



ଆମ ପରିବାରେ ସେନେହ ସୋହାଗ

ଆପଣାପଣର ଭାବ

ଯେଉଁଠି ବି ଥିଲେ ଭୁଲି ହୁଏ ନାହିଁ

ସମ୍ପର୍କ ଲାଗେ ନିବିଡ଼ ।

ଫୁଟିଉଠେ ସଦା ପ୍ରଫୁଲ୍ଲ କମଳ

ସଦୃଶ ମନ ସୁମନ

ବିକଶେ ସୁନ୍ଦର ଭାବନା କଳ୍ପନା

ସାରସ୍ୱତ ଦୃଷ୍ଟିକୋଣ ।

ଆମ ପରିବାର ମନ ବଗିଚାରୁ

ତୋଳି ନିତି ସଜଫୁଲ

ଯତନରେ ଗୁନ୍ଥି ଭାଷା ଭାରତୀଙ୍କୁ

ଅରପଇ ଗଳାହାର ।

ଆମ ପ୍ରିୟଜନ ପରିବାର ବର୍ଗ

ଆତ୍ମିକ ଦୃଢ଼ ବନ୍ଧନ

ଉତ୍ସବ ମୁଖର ଆମ ମୁଖପତ୍ର

ସମାବେଶ ଆକର୍ଷଣ ।

ଲାଗେ ପରିପୂର୍ଣ୍ଣ ସାଧନା ସଙ୍କଳ୍ପ

ସୁରଭିତ ସୁସମ୍ବନ୍ଧ

ଭାଷା ସାହିତ୍ୟର ପ୍ରୟାସ ସୁନ୍ଦର

କାମ୍ୟେ ପରିବାର ଆମ ।

କରୁଛି କରିବି କର୍ତ୍ତବ୍ୟ ପାଳନ

ମନପ୍ରାଣ ଦେବି ଢାଳି

ଆମ ପରିବାର ଅନନ୍ୟା କଳିକା

ବିକଶୁ ସୁଗନ୍ଧ ଭରି ।

   -------


Rate this content
Log in