ସୁନାପୁଅ
ସୁନାପୁଅ
ଫୁଟିଲା ମଲ୍ଲି ଟଗର
ଉଠିପଡ଼ ଧନ ମୋ ରଙ୍କ ରତନ
ହୋଇଗଲାଣି ସକାଳ ।
ଫାଟିଲା ନାଲି ସିନ୍ଦୂରା
ହାତମୁଁହ ଧୋଇ ସୁନାପୁଅଟା ମୋ
ହୋଇବ ସଫା ସୁତୁରା ।
ରାବେ କାଉ କାଆ କାଆ
ସଅଳ ଉଠିବ ଲୋଟଣୀ ପାରା ମୋ
ଖାଇଦେବ ଜଳଖିଆ ।
ଦିନ ଯିବ ଗଡ଼ି ଗଡ଼ି
ସିଲଟ ଓ ଖଡ଼ି ଧରି ଯିବ ପୁଅ
ଚାଟଶାଳୀ ପାଠ ପଢି ।
