ସୁନା ସିଂହ
ସୁନା ସିଂହ
ହୃତ ଲୁପ୍ତ ସୁପ୍ତ ଜାତି ର ପାହାନ୍ତି ନିଦ ଭାଙ୍ଗେ
ସୁନା ସିଂହ ର ଗର୍ଜନ ରେ
କିନ୍ତୁ ଅଦେଖା ରହି ଯାଏ
ରଡି ଶୁଣି ଦୁଆର ଡେଇଁବା ଆଗରୁ
କେଉଁ ଆଡ଼େ ତୁରନ୍ତ ଉଭାନ୍ ହେଇଯାଏ
ତ୍ରିରଙ୍ଗା ର ପୁଣ୍ଯ ପଣତ ଟିକୁ ଘୁରି ବୁଲେ
ଦିଲ୍ଲୀ ରୁ ପଲ୍ଲୀ.. ଯାଏ
ବାର ବାର କାନ୍ଦେ ଲାଞ୍ଜ ପିଟି ପିଟି
ଆଖି ବି ଫିକା ହୁଏ
ଧୂଳି ଓ ପାଉଁଶ ର ମେଞ୍ଚା ମେଞ୍ଚା ଗୁଣ୍ଡ ରେ
ତଥାପି ସେ ଚେଷ୍ଟା କରେ
କୁଆଁରୀ ଟିକୁ ଦେଇ ଟିକିଏ ସାନ୍ତ୍ଵନା
ତ୍ରିରଙ୍ଗା ର ପୁଣ୍ଯ ପଣତ ତଳେ
ସେ ଖାଲି ମନେ ମନେ ଖୋଜୁ ଥାଏ
ଗାନ୍ଧୀ _ସୁଭାଷ ଓ ବାଜି ରାଉତ... କୁ
କହି ବାକୁ ସେମାନଙ୍କ ତ୍ୟାଗ ଆଦର୍ଶ ର ମହା କାବ୍ଯ
ପୁଣି ସିଂହ ମୁଣ୍ଡ ଟେକି ଠିଆ ହୁଏ
ଉଜୁଡି ଯାଇଥିବା କ୍ଷେତ ମଜଦୁର ର ନହକା ଅଣ୍ଟା ରେ
ଅକ୍ଳାନ୍ତ ପରିଶ୍ରମ କରି ଶୋଇ ଯାଏ ଗୁଳି ମାଡ଼ ଖାଇ
ହିମାଚଳ ର କାକର ପାଣି ମୁନ୍ଦେ ରେ ନିଦ ଆସେ
ରାତି ପହିଲା ବେକକୁ ସେ ସେ ଧରା ହୁଏ
ରାଜନୀତି ର ସର୍କସ ବାଲl ହାତରେ
ସେ ନାଚିବ ପରା
ଆଉ ଡେରି କାହିଁକି ଆସ. ଆମେ
ପଞ୍ଚ ବାର୍ଷିକ ଟିକେଟ କାଟି ଆସନ ଟି ଏ ରଖିବା
