STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସୁଖେ ଯାଉ ଦିନ

ସୁଖେ ଯାଉ ଦିନ

1 min
4


ତୁମ ନାମ ଧରି ଦିନ ବିତି ଯାଉ 

          ସୁଖେ ଯାଉ ଜୀବନ

ତୁମ ରୂପ ଦେଖି ଶାନ୍ତି ମିଳି ଯାଉ

           କାଟି ଯାଉ ବନ୍ଧନ

ଏ ସାରା ସଂସାର ଅଳ୍ପ ଦିନ ପାଇଁ

ତୁମେ ମୋର ଚିର ଦିନ ଗୋସାଇଁ

ତୁମ ସାଥେ ସମ୍ପର୍କ ଜନ୍ମ ଜନ୍ମର

ଆଉ ସବୁ ମିଛ ଏ ଦୁନିଆର


ତୁମ ପ୍ରୀତି ପାଇ ଛାଡି ଦେବି ସବୁ ସ୍ୱପ୍ନ

ତୁମ ସ୍ୱର୍ସ ପାଇ ଭୁଲିବି ସବୁ ବ୍ୟସନ


ତୁମ ବିନା କିଛି ଲୋଡ଼ା ନାହିଁ ମୋର

ଧନ ଯୌବନ ଦିନେ ହୋଇବ ପର

ତୁମ ପ୍ରେମ ଦେଇ କର ଆପଣାର

ଭୁଲିବି ସବୁ କିଛି ନୁହେଁ ତ ମୋର


ତୁମ ପାଇଁ ଛାଡ଼ିବି ସବୁ ବନ୍ଧୁ ପରିଜନ

ତୁମେ ଆଶା ଭରସା ମୋ ଗଣ୍ଠି ଧନ ।


Rate this content
Log in

Similar oriya poem from Inspirational