STORYMIRROR

Binodini Dash

Inspirational

4  

Binodini Dash

Inspirational

ସୁଖଦୁଃଖ ଦୁହେଁ ଯାଆଁଳା ଭାଇ

ସୁଖଦୁଃଖ ଦୁହେଁ ଯାଆଁଳା ଭାଇ

1 min
5


ଜନମୁ ମରଣ ପ୍ରତ୍ୟେକ ଜୀବନେ

ସୁଖଦୁଃଖ ଦୁହେଁ ଯାଆଁଳା ଭାଇ

ଆଖିକୁ ସମାନ ଦିଶଇ କେବଳ

ଭଲ ରୂପେ ଯିଏ ନିରେଖି ଥାଇ ।


ବୁଝି ପାରେ ବୋଲି ଭିତିରି ରହସ୍ୟ

ନ କରେ ବିଭୋର ସୁଖରେ ମନ

ଦୁଃଖ ବେଳେ ମଧ୍ୟ ନହୋଇ କାତର

ମନ ଲଗାମରେ ରଖଇ ଧ୍ୟାନ ।


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

ଗୋଟିଏ ମୁଦ୍ରାର ଦୁଇଟି ପାଖ

କେବେ କି ଗୋଟିଏ ପୂର୍ଣ୍ଣ ରୂପ ପାଏ

ଛାଡ଼ି ଦେଇ ତା'ର ପାଖ ଆରେକ !


ଉଭୟ ଜନନୀ ପରା ନିଜ କର୍ମ

ଭାଇ ଭାଇ ସମ ଥାଆନ୍ତି ଲାଖି

ଗୋଟିଏକୁ ଛାଡ଼ି ଆନର ମହତ୍ତ୍ଵ 

ଜୀବନରେ ବୁଝି ପାରଇ କେ କି !


ଦୁଃଖର ହାତୁଡ଼ି ମାଡ଼ ଖାଇ ଖାଇ

ଲୁହା ସମ ସିନା ବଦଳି କେହି

ନାନା ଯନ୍ତ୍ର ଭଳି ଦିଶି ଚିକିଚିକି

ସୁଖକୁ ହାତରେ ଧରେ ଗୋଟାଇ ।


ହେଲେ କର୍ମହୀନ ସୁଖ ବି ବିଲୀନ

ଜୀବନରେ ଦୁଃଖ ସାଜେ ଭଗାରି

ଦାଉଧକା ମାଡ଼େ ଲାଗେ ଅସହାୟ

ପୀଡ଼ା ଭିତରୁ ନ ହୁଏ ବାହାରି ।


ସତ କର୍ମେ ଧ୍ୟାନ ରିଖି ଆରେ ମନ

ପରିହରି ଯେବେ କର୍ମପାଉଣା

ପାରିଲେ କୋଳେଇ ସୁଖଦୁଃଖ ଦୁଇ

ଜୀବନେ ନଥିବ କିଛି ଯନ୍ତ୍ରଣା ।



Rate this content
Log in

Similar oriya poem from Inspirational