STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସୁଖଦ ଅତୀତ

ସୁଖଦ ଅତୀତ

1 min
284


ସେଦିନ ଗୁଡିକ ସତେ ଥିଲା କି ସୁନ୍ଦର !

ଭରି ରହିଥିଲା ମନେ ପ୍ରେମର ସାଗର

ଉଠୁଥିଲା ତହିଁ ପ୍ରୀତିର ଉତ୍ତାଳ ଜୁଆର

ଲଙ୍ଘୁଥିଲା ବେଳା ଭୂଇଁ ଓ ପ୍ରାନ୍ତର।

ନଦନଦୀ କେତେ ମିଶୁଥିଲେ ଆସି

ମନ ସାଗରରେ ବହି ପଥ ବହୁ ଦୂର

ଆଣୁଥିଲେ ବୋହି ଅସୁମାରି ପ୍ରୀତି ନୀର

ଲବଣାକ୍ତ ହୃଦୟ ମୋ ହେଉଥିଲା ମଧୁର।

ସେଦିନ ଗୁଡିକ ଥିଲା ଅନାବିଳ ସ୍ନେହବୋଳା

ପୀରତି ଅତରରେ ଭିଜୁଥିଲା ଅଷ୍ଟାଙ୍ଗ ଶରୀର

ଥିଲା ଜୀବନେ ସୁଖ ଶାନ୍ତି ମୈତ୍ରୀର ସମ୍ଭାର

ହେଉଥିଲା ମନ ପ୍ରାଣ ଆନନ୍ଦେ ବିଭୋର।

ଅଯାଚିତ ଆଲିଙ୍ଗନ ଚୁମ୍ବନର ବର୍ଷାରେ

ଉଠୁଥିଲା ପୁରି ନିଃସ୍ବ ବୁକୁ ମୋହର

ସାରା ଦୁନିଆଁଟା ସେବେ ହେଉଥିଲା ବିସ୍ମର

ମନ ଦିଆନିଆର ବ୍ଯାପାର ଥିଲା ବେଶ୍ ସୁଖକର।

ସୁଖଦ ଅତୀତର ସ୍ଵର୍ଣ୍ଣିମ ମୁହୂର୍ତ୍ତ ସବୁ

ଭାସି ଉଠେ ଏକାନ୍ତରେ ବିଜନ ବେଳାରେ

ଯେତେ ଚେଷ୍ଟା କଲେ ବି ମନୁ ନହୁଏ ପାଶୋର

ରୋମନ୍ଥନେ ତାର ଚକ୍ଷୁ ବୋହେ ଲୁହ ଝରଝର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract