STORYMIRROR

Yudhisthira Lenka

Inspirational

3  

Yudhisthira Lenka

Inspirational

ସୁଖ ଓ ଦୁଃଖ

ସୁଖ ଓ ଦୁଃଖ

1 min
385

ଦିନେ ସୁଖ ହସିକରି ଦୁଃଖକୁ କହଇ

ତୁମେ ଭାଗ୍ୟଶାଳୀ ଅଟ ନୁହେଁ କିନ୍ତୁ ମୁହିଁ ।।୧।।


ଦୁଃଖ ହଇରାଣ ହୋଇ ପଚାରଇ ଭାଇ

ଏହା କି ସମ୍ଭବ କେବେ କିପରି ହୁଅଇ ।।୨।।


ସୁଖ ସଚ୍ଚୋଟତା ସହ ଦେଲାଟି ଉତ୍ତର

ଶୁଣ ବନ୍ଧୁ ମୋର କଥା ନ ହୋଇ ଅସ୍ଥିର ।।୩।।


ନିଜ ଲୋକମାନେ ସର୍ବେ ତୁମକୁ ଯେ ପାଇ

ସ୍ମରଣ କରିଣ ଆସିଥାନ୍ତି ପାଶେ ଧାଇଁ ।।୪।।


ସାଖ୍ୟମତେ ସହାୟତା କରନ୍ତି ହରଷେ

ଭଲମନ୍ଦ ବୁଝିଥାନ୍ତି ହୋଇଣ ସନ୍ତୋଷେ ।।୫।।


କିନ୍ତୁ ସବୁ ନିଜ ନିଜ ଲୋକ ମୋତେ ପାଇ

ଧୀରେ ଧୀରେ ଭୁଲିଯାନ୍ତି ଅହଂଭାବ ବହି ।।୬।।


ଏଣୁ ଦ୍ବାପରରେ କୁନ୍ତୀ ଶ୍ରୀକୃଷ୍ଣଙ୍କୁ ଚାହିଁ

ବର ମାଗିଥିଲେ ସଦା ଦୁଃଖ ଦେବୁ ତୁହି ।।୭।।


ଦୁଃଖରେ ରହିଲେ ସଦା ତୋତେ ସ୍ମରୁଥିବୁ

ଆପଦେ ବିପଦେ ନିର୍ଭୟରେ ରହିଥିବୁ ।।୮।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational