STORYMIRROR

Kalandi pal

Classics

4  

Kalandi pal

Classics

ସଉଦା ଆଣିଛି

ସଉଦା ଆଣିଛି

1 min
264


ସଉଦା ଆଣିଛି, ଧନୀ ସୌଦାଗର

ତୋ ସାଥେ ବଦଳ ସଉଦା ମୋ

ମନା କରିବୁନି ଦେବୁ ତୁ ସଉଦା

ଆଶା ଅସୁମାରୀ ମନରେ ମୋର l0l


ଫୁଲର ପାଖୁଡା, ଗୁନ୍ଥିଛି ହାର

ତୋଳିଛି ତୁଳସୀ, ଗୁନ୍ଥିଛି ମାଳ

ଫୁଲ ରସିଆ ତୁ ଫୁଲର ରଂକୁଣା

ବଦଳରେ ଦେ ତୋ ଛଡା ମାଳ l1l


ବାସର ଚନ୍ଦନ, ତା ଠାରେ ମନ

ଆଣିଛି ତୋ ପାଇଁ ଚକାନୟନ

ଦେହେ ବୋଳି ତୋର ଶୀତଳ ଚନ୍ଦନ

ବଦଳରେ ଦେ ସେ ଚନ୍ଦନ ତୋର l2l


ଆଣିଛି କାଞ୍ଚେଲି ପାଟ ପତନୀ

ପିନ୍ଧିବେ ମୋ ମନ ମଉଡମଣୀ

ତୋ ପିନ୍ଧା ବାସରେ ତୋହର ପରଶ

ବଦଳରେ ଦେ ସେ ବାସ ତୋର l3l


ଭକତି ଆଞ୍ଜୋଳେ ସମର୍ପି ଦେଉଛି

ଚରଣରେ ତୋର ଶରଣ ନେଉଛି

ଭକତ ବତ୍ସଳ ବସି ନୀଳାଚଳ

ବଦଳରେ ଦେ ଆଶିଷ ତୋର l4l


Rate this content
Log in

Similar oriya poem from Classics