Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ସୁବିଧାବାଦୀ

ସୁବିଧାବାଦୀ

1 min
234



ସ୍ୱାର୍ଥ ସିଦ୍ଧି ପାଇଁ ବିଶ୍ୱାସ ନ ରଖି

ଚିରାଚରିତ ଉପାୟେ

ଭିନ୍ନ ଦୃଷ୍ଟିକୋଣ ଅବଲମ୍ବେ ଯିଏ

ସୁବିଧାବାଦୀ ବୋଲାଏ ।


ଅର୍ଜିତ ସମ୍ବଳ ଦୁରୂପଯୋଗରେ

ବଢାଏ ନିଜ ପ୍ରତିଷ୍ଠା

କରେ ଭାବିଚିନ୍ତି ହିସାବ କିତାବ

ସମ୍ବନ୍ଧେ ନ ରଖେ ନିଷ୍ଠା ।


ବୃଦ୍ଧି କରେ ସିଏ ଖ୍ୟାତି ପ୍ରତିପତ୍ତି

ଆପଣାର ଅବିଳମ୍ବେ

ଅନ୍ୟର ଦୁର୍ଗତି ଦୁଃସ୍ଥିତି କାଳରେ

ନିଶ୍ଚିତ ରହେ ସେ ଲାଭେ ।


ତା ମାନ ମର୍ଯ୍ୟାଦା ପ୍ରତିଷ୍ଠା ନିକଟେ

ସବୁ ହୋଇଯାଏ ତୁଚ୍ଛ

ଧର୍ମ ଭଗବାନ ସମାଜ ଜୀବନ

ଗୈ।ଣ ନୀତି ଆଦରଶ ।


ବୋଲାଏ ନିଜକୁ ଦ୍ୱିତୀୟ ଈଶ୍ୱର

ଦୁର୍ଜନ ସୁବିଧାବାଦୀ

ନିଜକୁ ମଣଇ ସୁଜ୍ଞାନୀ ପଣ୍ଡିତ

ଲୋକେ ମୁର୍ଖ କର୍ମଜୀବି ।


ପ୍ରିୟ ଲାଗେ ତାକୁ ଚାଟୁ ସ୍ୱପ୍ରଶଂସା

ଦେଖାଇହୁଏ ବଡିମା

ନିରବୀ ଯାଆନ୍ତି ବିବେକୀ ସୁଜନେ

ଆଚରନ୍ତି ଦୟା କ୍ଷମା ।

 -----



Rate this content
Log in

Similar oriya poem from Tragedy