ସୁଭଦ୍ରା ସ୍ତୁତି
ସୁଭଦ୍ରା ସ୍ତୁତି
କୁସୁମ କାଞ୍ଚନେ ବିଭୂଷିତା ଭଗ୍ନୀ
ଭଦ୍ରା ସୁଭଦ୍ରା ସୁମୁଖୀ
ଦୁଇ ଭାଈ ମଧ୍ୟେ ଇନ୍ଦୀବର ନେତ୍ରୀ
ବନ ହଳଦିଆ ମୁଖି l
ଜଗାବଳିଆଙ୍କ ଗେହ୍ଲା ଭଉଣୀସେ
ହସୁ ଥାଇ ଖିଲି ଖିଲି
ଦ୍ୱାପର ଯୁଗରେ ଯୋଗମାୟା ରୂପେ
କେତେ ଲୀଳା ମୁହିଁ କଲି l
ଦୁଇ ଭାଇଙ୍କର ଗେହ୍ଲା ଭଉଣୀକୁ
ଲକ୍ଷ୍ମୀ ନ ପାରନ୍ତି ସହି
ଅଲାଜୁକି ଟାଏ ଫୁଲେଇ ହେଉଛି
ଲାଜ ସରମ ଟିକେ ନାହିଁ l
ଯୋଗମାୟା ମାଆ ଅଯୋନି ସମ୍ଭୁତା
ଏକାନଂସା ଆଦ୍ୟା ଶକ୍ତି
ମହାପ୍ରଭୁଙ୍କର ସେ ଆଜ୍ଞା କାରିଣୀ
ଅପରେ ସେ ଆଜ୍ଞା ଦାତ୍ରୀ l
ଭକ୍ତ ବାଞ୍ଛାଫଳ ପ୍ରଦାନକାରିଣୀ ଦେବୀ
ତ୍ରୈଲୋକ୍ୟ ମୋହିନୀ
ଭଜେ ସଦା ତଵ ପାଦେ ମା ସୁଭଦ୍ରା
ସର୍ବ ପାତକ ହାରିଣୀ ।
