STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ସତ୍ୟବାଦୀର ସନ୍ଥ

ସତ୍ୟବାଦୀର ସନ୍ଥ

1 min
275


ଏଇ ପବିତ୍ର ଉତ୍କଳ ଭୂଖଣ୍ଡେ ଜନମି

ଲଢି ଲଢି ବିଧି ସହ ତମାମ ଜୀବନ

ତୁମେ ରଚିଗଲ ଯେଉଁ ଇତିହାସ

ପ୍ରସ୍ତର ବୁକୁରେ ଫୁଟାଇ ଅମଳିନ ହସ

ତବ ସେବା ତ୍ୟାଗ ତୀତିକ୍ଷାର କୀର୍ତ୍ତି

ଗାଉଛି ଗାଉଥିବ କୃତଜ୍ଞ ଓଡ଼ିଆ ଜାତି!!

ସତ୍ୟବାଦୀର ସନ୍ଥ ଦାସେ ଆପଣ

ପୀଡ଼ିତ ଦୁର୍ଗତ ଜନର ଦରଦୀ ବନ୍ଧୁ

ବିଶାଳ ହୃଦୟେ ବହି କୃପାସିନ୍ଧୁ

ଆନ ଲାଗି ସଦା କରିଛ ଉତ୍ସର୍ଗ

ପ୍ରସନ୍ନ ଚିତ୍ତରେ ତିଳ ତିଳ

ତବ ଶରୀରର ପ୍ରତି ରକ୍ତ ବିନ୍ଦୁ!!

ମହାନ ଓଡ଼ିଆ ଜାତିର - ଭାଷାର

ଚରମ ଦୁର୍ଗତି ବିଲୁପ୍ତିର ସନ୍ଧିକ୍ଷଣେ

ସାଜି ଅଛ ତୁମେ ତୁଙ୍ଗ କର୍ଣ୍ଣଧାର

ଉଡାଇଛ ବୈଜୟନ୍ତୀ ମାଟି ମା'ର

ଉଚ୍ଚାଙ୍ଗ ସାହିତ୍ୟିକ କୃତିରାଜିରେ

ତୁମ୍ଭର ଅଲିଭା ଭାସ୍ୱର ସ୍ୱାକ୍ଷର!!

ତବ ଅତୁଳନୀୟ ନିଃସ୍ୱାର୍ଥ ସେବାର

ପରାକାଷ୍ଠା ବିରଳ ଏ ମହୀ ମଣ୍ଡଳେ

ଚିରକାଳ ରହିବ ଉଜ୍ଜୀବିତ ସଭିଙ୍କ ହୃଦରେ

ଆନ ପ୍ରାଣ ରକ୍ଷା ଲାଗି ଆପଣାର

କୁଳ ଦୀପକ ହୋଇଛି ପ୍ରଶମିତ

ତଥାପି ସେବାରୁ ତୁମ୍ଭେ ହୋଇନ ବିରତ !!

ବାରେ ଆସ ଅବତାରୀ ପୁନଶ୍ଚ ଉତ୍କଳେ

ଦେଖ ଆଜି ଜନନୀ କରୁଛି ରୋଦନ

ସର୍ବଗ୍ରାସୀ ବଳିଷ୍ଠର ଚାଲିଛି ଶାସନ

ଉତ୍ତର ପୁରୁଷେ ସଦବୁଦ୍ଧି କର ବିତରଣ

ଭରିଦିଅ ମନେ ତାହାଙ୍କ ନିଃସ୍ୱାର୍ଥ ଭାବନା

ଜାଗି ଉଠୁ ସଭିଙ୍କ ଚିନ୍ତା ଓ ଚେତନା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational