STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ସତ୍ୟ ଯାହା ସମୟର

ସତ୍ୟ ଯାହା ସମୟର

1 min
237


ମନ ସିନ୍ଧୁକରେ ଭାଵ ଅଗଣାରେ

    ଗୋପନ ପ୍ରହରେ ଆସୁ,

ସପନ ସିନ୍ଧୁରେ ଶ୍ରଦ୍ଧା ଫରୁଆରେ

     ସ୍ନେହର ଦିହୁଡ଼ି ସାଜୁ.......


କାମନା ବିନାଶେ ଦୁଃଖର ବିନାଶ

    ତୋ ଆପଣା ପଣ ପାଇଁ,

କାମନା ସବୁଜ ରୂପ, ରଙ୍ଗ, ରସ

    କିପରି ଯିବି ଦୂରେଇ......


ବର୍ତ୍ତମାନ କିବା ଅବର୍ତ୍ତମାନରେ

   ଆଖି ପଲକରେ ମୋର,

ବିଶ୍ୱାସ ମେରୁରେ ନିଃଶ୍ୱାସ ଭରିରେ

    ଆତ୍ମା ପରଂବ୍ରହ୍ମ ସାର.......


ଲିଭିଯିବ ଦିନେ ଏ ଜୀବନ ଦୀପ

    ଯେତେଥିବ ପୂଣ୍ୟ, ପାପ,

ଜୀବନ ମନ୍ଥନେ ପ୍ରାଣର ସ୍ପନ୍ଦନ

    ଓଁ କାରେ ହରିବୁ ତାପ.......


ହେ କେଶବ, ବlସୁଦେବ ହେ ମାଧବ

   ହେ ଅଚ୍ୟୁତ ହେ ଅନନ୍ତ,

ଅଲଭ୍ୟ ହେଲେ ବି ଦୁର୍ଲ୍ଲଭ ନୁହେଁ ତ

   ଭାବରେ ହେଉ ମୋହିତ........


ମନ ତଳେ ମୋର ଅସରା ଆଶାର

    ସରାଗେ ସ୍ୱପ୍ନ ସାଇତା,

ଭବ୍ୟ ଚେତନାର ପ୍ରାଣବିନ୍ଦୁ ମୋର

    ଆଶା ମୋ ନିଶାର ସତ୍ତା.....


ସବୁ ପରା ତୋର କି ଅଛିରେ ମୋର

   ଯିଏ ଯାହା ଭାବୁ ମୋତେ,

ମିଛ, ସତ ତୁହି ଏକା ଜୀବନର

   ଭଲତ ପାଉଛି ତୋତେ........


ମୁରୁଖ ପରାଣ ନ ଜାଣେ ଧିଆନ

   ନିନ୍ଦା ଗଳାମାଳି ମୋର,

ଦୃଢତା ସ୍ପନ୍ଦନ ହୃଦେ ପ୍ରାଣଧନ

    ସତ୍ୟ ଯାହା ସମୟର.......


ଅପ୍ରକାଶ୍ୟ ଯାହା ଅନୁଭବେ ତାହା

   କରୁଣା କୈବଲ୍ୟ ସାର,

ଭକତ ହେବାକୁ ନାହିଁ ମୋ କାମନା

    ଭାଵ ରଙ୍କୁଣୀ ମୁଁ ତୋର......


ତୋତେ ଭଲପାଇ ଭୁଲ ଯଦି ମୋର 

    ଜନ୍ମ, ଜନ୍ମ ପରେ ମୁହିଁ,

ଯେତେ କଷଣ ମୁଁ ଅମୃତ ବିଷର

    ଆକଣ୍ଠ ପିଇବି ସହି......


ମିଛ ଦୁନିଆରେ ଏକା ସତ୍ୟସାର

   କିପରି ଭୁଲିବି ତୋତେ,

ଆତ୍ମାସାଥେ ଆତ୍ମା ହୋଇଛୁରେ ମୋର

    ବଞ୍ଚି କି ପାରିବି ସତେ........


କଷଣ, ଭୂଷଣ ସଞ୍ଜ ଆସେ ବୁଡି

   ରାତ୍ରିର ଅମା ଅନ୍ଧାରେ,

 ସକାଳ ସୂରୁଜ ମୁରୁଜ ବୁଣଇ

    ଦେହ ଯିବ ସ୍ୱର୍ଗପୁରେ........


ଅଦେହୀ, ଅବ୍ୟକ୍ତ ବଳିୟାର ବୋଲି

    ଚରଣେ ଶରଣ ଗଲି,

ଫିଙ୍ଗ କି ଫୋପାଡ ସହାୟତା ପାଇଁ

    ହାତ ମୋର ଟେକି ଦେଲି.......


କରୁଛି କାମନା ନ ହୋଇ ବିମନା

    ଶୁଣୁଥିବୁ କଥା ମୋର,

ମୋ ରାଣ ତୋ କଥା ସମ୍ଭାଳି ମୋ ମଥା

     କରୁଛି ମୁଁ ଜପାହାର......




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational