ସତ୍ୟ ବଚନ
ସତ୍ୟ ବଚନ
ମଧୁର ଜଳରେ ବୁଡାଇ ରଖିରେ
କଲରା କି ମଧୁ ଲାଗିବ
କ୍ଷୀର ପାତ୍ର ଦେଇ ପାଳିଲେ ପୋଷିଲେ
ସର୍ପ କି ପ୍ରକୃତି ଛାଡିବ।
ବେଦ ମନ୍ତ୍ର ଧ୍ୱନି କାନରେ ଫୁଙ୍କିଲେ
ମୂର୍ଖ କି ପଣ୍ଡିତ ହୋଇବ
ଅବିଶ୍ଵାସୀ ଜନେ ସ୍ନେହ ପ୍ରେମ ଦେଲେ
ସେ କି ବା ବିଶ୍ବାସ ରଖିବ।
ପ୍ରକୃତି କେବେ ବି ଦୂର ହୁଏ ନାହିଁ
କରିଲେ ଯେତେ ଉପଚାର
ତାଙ୍କ ସଙ୍ଗେ ପ୍ରୀତି କରିବା ଆଗରୁ
ବେଳ ହୁଁ ହେବ ହୁସିଆର।