STORYMIRROR

Anupama Sahu

Abstract

3  

Anupama Sahu

Abstract

ସତ୍ୟ ବଚନ

ସତ୍ୟ ବଚନ

1 min
177

ମଧୁର ଜଳରେ   ବୁଡାଇ ରଖିରେ 

    କଲରା କି ମଧୁ ଲାଗିବ 

କ୍ଷୀର ପାତ୍ର ଦେଇ  ପାଳିଲେ ପୋଷିଲେ 

    ସର୍ପ କି ପ୍ରକୃତି ଛାଡିବ। 


ବେଦ ମନ୍ତ୍ର ଧ୍ୱନି    କାନରେ ଫୁଙ୍କିଲେ

    ମୂର୍ଖ କି ପଣ୍ଡିତ ହୋଇବ 

ଅବିଶ୍ଵାସୀ ଜନେ    ସ୍ନେହ ପ୍ରେମ ଦେଲେ 

    ସେ କି ବା ବିଶ୍ବାସ ରଖିବ। 


ପ୍ରକୃତି କେବେ ବି     ଦୂର ହୁଏ ନାହିଁ 

     କରିଲେ ଯେତେ ଉପଚାର 

ତାଙ୍କ ସଙ୍ଗେ ପ୍ରୀତି     କରିବା ଆଗରୁ 

     ବେଳ ହୁଁ ହେବ ହୁସିଆର। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract