STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସତର୍କ ଘଣ୍ଟି

ସତର୍କ ଘଣ୍ଟି

1 min
499



କଳାହାଣ୍ଡିଆ କାଳବୈଶାଖି 

ଘୋଟି ଅଇଲା ପାଖାପାଖି

ଚୁପୁରୁ ଟାପର ବରକୋଳିଆ

ଝପେ ଢ଼ାଳିଦେଲା ତରବରିଆ


ଛତା ନାହିଁ

କ'ଣ କରିବା

ହାତ ପାପୁଲିକୁ ଛଡା କରି

ଆରମ୍ଭିଲେ ଦୈଡ଼ା ଦୈଡ଼ି 

କିନ୍ତୁ ହାଏ !


ଛିଡା ହେବାକୁ ବାରଣ୍ଡା ନାହିଁ

କଂକ୍ରିଟ୍ ଜଙ୍ଗଲରେ 

ଆକାଶ ଛୁଆ ଆପାର୍ଟମେଣ୍ଠରେ

ଦିଆସିଲି ଖୋଳ ପରି 

ହାଉସିଂ ବୋର୍ଡ଼ କଲୋନୀରେ 


ଦଣ୍ଡେ ଠିଆ ହେବାକୁ ଗଛ ବି କାହିଁ 

ରାସ୍ତା ଓସାର ହେଉଛି ଛଅ ଧାରିଆ

କିଏ ତ ବଳି ପଡିବେ

ମୁଣ୍ଡ ଗଣିବେ


ବିଚରା ମହାଦୃମ

ମାନେ

କେତେ କାଳରୁ ଗଣ୍ଡି ବଢେଇ

ଝଙ୍କାଳିଆ ଢ଼ାଞ୍ଚାରେ

ଏକଛତ୍ରବାଦ ଚଳେଇ ଥିଲେ


ମଣିଷର ବିକାଶ ପାଇଁ

ଦେଶର ଅର୍ଥନୀତି ପାଇଁ

ଚଳୁ ହେଲେ

ଦେଶର ଉନ୍ନତି ପ୍ରଗତି

ନାଆଁରେ ଖଣ୍ଡ ଖଣ୍ଡ କରି ଶୋଇଲେ ।


ବର୍ଷରେ ଭିଜିଲେ ଅମ୍ଳ ବର୍ଷାର ଡର

ଗଞ୍ଜା ହେବାର ସମ୍ଭାବନା ପ୍ରଖର

ତାଳୁ ଫାଟିବାର ଆଶା ଜର୍ଜର


ସମାଧାନ ସୂତ୍ର ଅଛି କି 

ଜାଣିଛନ୍ତି ଯଦି କହିବେ କି

ଚିରୋପକୃତ ହୁଅନ୍ତା 

ଏ ଅଧମ ମନୁ କୁମାର ।


ଡର ଆଗରେ ବିଜୟୀ କେତନ

କହିବ ଭାଇ 

ମୋତେ ଆଗୁଆ

ସତର୍କ ଘଣ୍ଟି ବାଜେ ଘନ ଘନ ।


Rate this content
Log in

Similar oriya poem from Inspirational