Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଗୁରୁ ବନ୍ଦନା

ଗୁରୁ ବନ୍ଦନା

1 min
214


       


ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର l

ଗୁରୁ ଅଟନ୍ତି ଏ ଭବେ ସାକ୍ଷାତ ଈଶ୍ୱର ll

ସଂସାର ବାରିଧି ଗୁରୁ ଶ୍ରୀପଦ ନଉକା l

ଭଵ କର୍ଣ୍ଣଧାର ଗୁରୁ ସଂସାରରେ ଏକା ll

ଗୁରୁ ଜ୍ଞାନାଞ୍ଜନେ କଲେ ଚକ୍ଷୁ ଉନ୍ମୀଳିନ l

ସେ ଜ୍ଞାନେ ଭ୍ରମିଲି ମୁହିଁ ସଂସାର କାନନ ll

ଗୁରୁ ପଥ ପ୍ରଦର୍ଶକ ଜ୍ଞାନାଲୋକେ ଏକା l

ସ୍ଫୁଲିଙ୍ଗେ ମାତ୍ରେ ପ୍ରଦୀପ ଜଳଇ ନିଶଙ୍କା ll

ସଂସାର ଗଭୀର ଜଳ,ନାହିଁ ଥଳ କୁଳ l

ଶ୍ରୀଗୁରୁ ନାମ ନଉକା ଅଟଇ କେବଳ ll

ଗୁ -ରୁ ଗୁଣ ଅତୀତ, ରୁ - ରୂପେ ବର୍ଣ୍ଣିତ l

ନିର୍ଗୁଣ ନିଷ୍କାମ ବ୍ରହ୍ମ ତ୍ରି ଦେବେ ପୁଜିତ ll

ନମଃ ଗୁରୁ ଗୋବିନ୍ଦାୟ ନମସ୍ତେ ଗୋବିନ୍ଦ l

ରଙ୍କେ ରଙ୍କାହୋଇ ବନ୍ଦେ ଶ୍ରୀପଦାରବିନ୍ଦ ll

              

                   


Rate this content
Log in

Similar oriya poem from Inspirational