STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୋ ଜୀବନନାଥ

ମୋ ଜୀବନନାଥ

1 min
228

ମୋ ଜୀବନ ନାଥ ତୁମେ ଜଗନ୍ନାଥ

ଘେନ ମୋ ଭକ୍ତି ପ୍ରଣତି

ମୋ ସୁଖ ଦୁଃଖ ସବୁ ଜାଣୁଅଛ

ଯାହା ଘଟୁ ଅଛି ନୀତି

ତୁମକୁ ଝୁରୁଛି ସଞ୍ଜଠୁ ସକାଳ

ତୁମ ପାଇଁ ଗୁନ୍ଥି ଦିଏ ଫୁଲ ମାଳ

ମୋ ଜୀବନ ତୁମକୁ କରିଛି ଅର୍ପଣ

ତୁମରି ଚରଣେ ପଶିଛି ଶରଣ

ତୁମେ ମୋର ମାତା ତୁମେ ହିଁ ତ ପିତା

ତୁମ ବିନା ନାହିଁ ମୋର ଗତି

ମୋ ଜୀବନ ନାଥ ତୁମେ ଜଗନ୍ନାଥ....


ତୁମେ ପରା ପ୍ରଭୁ ଦୟାଳୁ ଠାକୁର

ସବୁ ଜାଣୁ ଅଛ ରହି ମୋ ଅନ୍ତର

ତୁମ ବିନା ଆଉ ଚାହେଁନି ମୁ କିଛି

ତୁମେ ହିଁ ତ ସତ୍ୟ ଏତିକି ଜାଣିଛି

କିଛି ନୁହେଁ ମୋର ସବୁ ତ ତୁମର

ତୁମେ ହିଁ ଏକା ମୋ ଶକତି

ମୋ ଜୀବନ ନାଥ ତୁମେ ଜଗନ୍ନାଥ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational