ଜନନୀ ଭଗିନୀ ଜାୟା
ଜନନୀ ଭଗିନୀ ଜାୟା
ହେ ପୂଣ୍ୟବତୀ ନାରୀ,
ମୁଁ ଜାଣେନା ରାତିିିଟା ତୋ ପାଇଁ କଣ,
ସ୍ୱପ୍ନର ନା ବାସ୍ତବତାର,
ସେବା,ଧର୍ମ,କର୍ତବ୍ୟର ନା ଯନ୍ତ୍ରବତ୍ ପରିିଚାଳିତ
ଏକ ଦେହର ଅବା ଆତ୍ମାର?
ସବୁ ଦୁୁଃଖକୁ ଛାତିରେ ଧରି ହସି ହସି ସୁଖ ବାଣ୍ଟୁଥିବା
କୋମଳ ହୃଦୟର ଅବା
ତୋ ପଣତର ଦୁର୍ଗ ଭିତରେ ମତେ ସୁୁରକ୍ଷିତ ରଖି
ମୋର ସୁୁନ୍ଦର ଭବିଷ୍ୟତର ଅଙ୍କ କସୁୁଥିବା
ତୁ ସର୍ବଂସହା ମୂର୍ତ୍ତିଟିିିଏ...
କାହିଁକି ନା ,ତୁ ପରା ଆଦ୍ୟଗୁରୁ ସ୍ନେହମୟୀ ଜନନୀ ମୋର।
ହେ ପୂଣ୍ୟବତୀ ନାରୀ,
ମୁଁ ଜାଣେନା ରାତିିଟା ତୋପାଇଁ କ'ଣ,
କୃଷ୍ଣ ଅଷ୍ଟମୀର ଅନ୍ଧକାର ଅବା ଶୁକ୍ଳ ଅଷ୍ଟମୀର ଚନ୍ଦ୍ରାଧୌତ ରଜନୀର..
ଭୂଲ ପାଇଁ ଶାସନ କରିବାର ଅବା ଆଗାମୀର ସୁୁଖ ପାଇଁ ବିଭୁ ସୁୁୁମରଣା କରିବାର..
ଦେହଟିଏ, ନିିିରୂତା ପ୍ରେମର ମୂର୍ତ୍ତି ମନ୍ତ ରୂପଟିିଏ..
ତୁ ପରା ମୋ ଅଳିି ସହିଥିବା ଭଗିନୀ ମୋର।
ହେ ପୂଣ୍ୟବତୀ ନାରୀ,
ମୁଁ ଜାଣେନା ରାତିଟି ତୋ ପାଇଁ କ'ଣ,
ପୂର୍ଣ୍ଣିମାର ନା ଅମାବାସ୍ୟାର,
ତୋଫା ଆଲୁଅର ନା ଗାଢ଼଼ ଅନ୍ଧାରର,
ଧାରା ଶ୍ରାବଣର ଅବା ହାଡଭଙ୍ଗା ଶୀତର
କେବଳ ଏତିକି ଜାଣିିିଛି ମୁଁଁ---
ରାତିିିିିଟା ତୋ ପାଇଁ ପ୍ରେମର,ପ୍ରଣୟର,ସଂଭୋଗର
ମୋ ବାହୁ ବନ୍ଧନ ଭିିତରେ ହଜିିଯାଇ
ଆଖିରେ ଆଖିଏ ନିଦ ନେଇ ଖୋଜୁଥିବା
ସୂନେଲି ସ୍ୱପ୍ନର
କାହିଁକି ନା...ତୁୁ ପରା ଜାୟା-ପ୍ରେମିିିକା ମୋର ।