ପୁଅ ହୋଇଛି
ପୁଅ ହୋଇଛି
ଚାଲ ବନ୍ଧୁ ଚାଲ ବନ୍ଧୁ ଯିବା ହିମାଳୟ
କୈଳାସପୁରୀ ପ୍ରଭୁ ଶିବଙ୍କ ଆଳୟ l
ଖବର ପଠାଇଛନ୍ତି ହିମାଳୟ ଜେମା
ପୁଅ ହୋଇଛି ତାଙ୍କର କୁଳର ଚନ୍ଦ୍ରମା l
ଥନ୍ତଲ ପେଟୁଆ ଏକଦନ୍ତ, ଗଜମୁଣ୍ଡ
କୁନି କୁନି ଆଖି ଦୀର୍ଘ କର୍ଣ୍ଣ ବକ୍ରତୁଣ୍ଡ l
ତିନିପୁରେ ଦେଇଛନ୍ତି ମାତ ନିମନ୍ତ୍ରଣ
ବ୍ରାହ୍ମଣଙ୍କୁ ଦାନ ପୁଣି ସୁମିଷ୍ଟ ଭୋଜନ l
ଘୋର ତପେ ବସିଛନ୍ତି ପ୍ରଭୁ ଆଶୁତୋଷ
ଆସ ସର୍ବେ ଦେଇଯାଅ ପୁତ୍ରକୁ ଆଶିଷ l
ରୁଣ୍ଡ ହୋଇଛନ୍ତି ଆସି ସର୍ବ ଦେବାଦେବୀ
ରୁଦ୍ରଗଣ ଲାଗିଛନ୍ତି ତାଙ୍କ ପାଦ ସେବି l
କ୍ଷୀରି ପୁରୀରେ ଭାସୁଛି କୈଳାସ ପୁରୀ
ବାଜୁଛି ଢୋଲ ଡମ୍ବରୁ ମଙ୍ଗଳ ମହୁରୀ l
ଏମନ୍ତେ ବିଚାରି ଆମ୍ଭେ କୈଳାସ ଗଲୁ
ଗଜ ଆନନଙ୍କ ଜାତଉତ୍ସବ ଦେଖିଲୁ l
ସେଠାବକୁ ଆସିଥିଲେ ନାରଦ ମହର୍ଷି
ହସିହସି କହିଗଲେ ଶୁଣଲୋ ମାଉସୀ l
ଏ ପୁତ୍ର ହୋଇବ ତୁମ୍ଭ ବିଦ୍ୟାର ବାରିଧି
ଅଗ୍ରପୂଜ୍ୟ ବିଦ୍ୟାଦାତା ଦାତା ସର୍ବସିଦ୍ଧି l
ନମଃ ଗଣେଶ ବିଘ୍ନେଶ ଶ୍ରୀ ଗଜବଦନ
ବିଦ୍ୟା ବାରିଧିଙ୍କ ପଦେ ପଶିଲି ଶରଣ l