STORYMIRROR

rasmi maye pati

Inspirational

3  

rasmi maye pati

Inspirational

ମାୟାମୃଗ

ମାୟାମୃଗ

1 min
175

ଧାଉଁଥା ତୁ ଅହରହ

 କେତେ ବଳ ଅଛି ତୋର

ଆଗରେ ମାୟାମିରିଗ

 ପଛରେ ତୋର ସଂସାର


ତ୍ରାହି ଲକ୍ଷ୍ମଣର ଡାକ

 ବାଜିବନି କର୍ଣ୍ଣେ ତୋର

ବ୍ୟାଧ ବେଶେ ଆସିବେନି

 ଧନୁର୍ଦ୍ଧର ରଘୁବୀର


ତ୍ରେତୟା ରେ ମାୟା ମୃଗ

 ଧାଉଁ ଥିଲା ଜଙ୍ଗଲରେ

ନାମ ସିନା ବୃଥା ମାୟା

 ଥିଲା ସତ୍ୟ ସନ୍ଧାନରେ


କାହିଁକି ସେ ଦୁରାଚାରୀ

 ହାତେ ତାର ଯିବ ପ୍ରାଣ

ପ୍ରାଣ ପିଣ୍ଡ ଉଡ଼ି ଯାଉ

 ଚକ୍ଷୁ ଦେଖୁ ନାରାୟଣ


ମାୟା ମୟ ଏ ସଂସାର

 ସର୍ବତ୍ର ମାୟା ବନ୍ଧନ

ସୁନା ମୃଗ ଚତୁର୍ଦ୍ଦିଗେ 

 ମରୀଚିକା ଏ ଜୀବନ


ମୃଗ ପଛେ ଧାଉଁ ଧାଉଁ

 କ୍ଳାନ୍ତ ହେବୁ ଯେଉଁ ଦିନ

ମୃଗ ନୁହେଁ ତୋ ବକ୍ଷ ରେ

 ବାଜିବ ବ୍ୟାଧର ବାଣ


କେତେ କେତେ ମାୟା ମୃଗ

 ସବୁ ତ ମାୟା ଜଙ୍ଗଲ

ସେ ଜଙ୍ଗଲେ ପଥିକ ତୁ

 ମାୟା ମୃଗ ତୋ ନିଜର


ମାୟା ଥିବ ବନ ଥିବ 

 ମୃଗ ଥିବ ତୁ ନ ଥିବୁ

ତ୍ରାହି ତ୍ରାହି ଡାକୁ ଥିବୁ

 ଶେଷନିଃଶ୍ୱାସ ଛାଡ଼ିବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational