Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kalandi pal

Inspirational

2.8  

Kalandi pal

Inspirational

ଆହା ମୋ ନନ୍ଦ କୋଳେ ଗୋବିନ୍ଦ

ଆହା ମୋ ନନ୍ଦ କୋଳେ ଗୋବିନ୍ଦ

1 min
206



ଆହା ମୋ ନନ୍ଦ କୋଳେ ଗୋବିନ୍ଦ

କେତେ ନାଚ ଗୀତ ଗୋପେ ଆନନ୍ଦ

ଆଲୋଜ ଲିଭେନି ଆସେନି ନିଦ

ସବୁରି ମୁହଁରେ ଗୋଟିଏ ପଦ

ଆହା ମୋ ନନ୍ଦ କୋଳେ ଗୋବିନ୍ଦ ।


ନନ୍ଦ ଗେଲ କରେ ବାଳ ମୁକୁନ୍ଦ

କୋଳେ ଉଇଁ ଅଛି ପୁନେଇଁ ଚାନ୍ଦ

ଅମା ଅନ୍ଧକାର କ୍ଷଣିକେ ନାଶେ

ପୁନେଇଁ ଆସେ ଗୋପ ଆକାଶେ

ଆସିଛି ବୋଲି ତ କଳା ଗୋବିନ୍ଦ ।


ମିଠା ଖସା ଲଡ଼ୁ ଭାରକୁ ଭାର

ମିଷ୍ଟାନ୍ନ ସହିତେ ଲବଣି ସର

ସୁନା ରୁପା ହୀରା କେତେ ସମ୍ପଦ

ବାଣ୍ଟୁଛି ନନ୍ଦ, ହୋଇ ଆନନ୍ଦ

ବୃଦ୍ଧ କାଳେ କୋଳେ ଉଦି୍ୟାଚାନ୍ଦ ।


ନାମ  କରଣର  ଅପୂର୍ବ  ଵିଧି

ପାଇ କୋଳେ ନନ୍ଦ ଅମୁଲ୍ୟ ନିଧି

ରାଜସଭା ଆଜି ବଡ଼ ଆନନ୍ଦ

ରାଇ ରାଜଗୁରୁ, ପଣ୍ଡିତ ବୃନ୍ଦ

ଭାସି ଆସେ ଗୋପେ ବାଂଶରୀ ନାଦ ।


ଗୋପେ ମକରନ୍ଦ ମଥୁରା ମନ୍ଦ

କି କୁଟ କରିଲେ ବାଳ ମୁକୁନ୍ଦ

ମାମୁଁ କଂସାସୁର ଗଣେ ପ୍ରମାଦ

ରାଇ ବକା କେସି ଅସୁର ବୃନ୍ଦ

ଯୋଜନା କରଇ ମରଣ ଫାନ୍ଦ l


Rate this content
Log in