STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସକାଳ ନିବେଦନ

ସକାଳ ନିବେଦନ

1 min
151


ପୂଜ୍ୟଗୁରୁ ମୋର ଚରଣେ ତୁମ୍ଭର 

   ପ୍ରଣାମ କରୁଛି ନିତି

ଦିଅ ଦିବ୍ୟ ଜ୍ଞାନ ଫେଡ ମୋ ଅଜ୍ଞାନ

  ଦିଅ ମୋତେ ସଦ ଗତି।


ଦୁସ୍ତର ସଂସାର ସାଗର ତାରଣେ

  ଗୁରୁ ନାମ ଏକା କାତ

ଅଜ୍ଞାନ ଅନ୍ଧାର ଦୂରେଇବା ପାଇଁ

 ସାହା ଏକା ଗୁରୁ ପାଦ।


ଗୁରୁଙ୍କ ଆଶିଷେ ସର୍ବ ବିଘ୍ନ ନାଶେ

  ଗୁରୁ ସାକ୍ଷାତ ଈଶ୍ୱର

ଗୁରୁ ହିଁ ତ ବ୍ରହ୍ମା ବିଷ୍ଣୁ ହିଁ ତ ଗୁରୁ

  ଗୁରୁ ହିଁ ମୋକ୍ଷ କରତା।


ଯାହା ପାଇଁ ଆଜି ଧରିଛି କଲମ

  ଚାଲୁଛି ଦୁନିଆଁ ଦାଣ୍ଡେ

ତାଙ୍କ ଯୋଗୁଁ ସିନା ଅତି ସହଜ ରେ

 କଥା ମୁଁ କହୁଛି ତୁଣ୍ଡେ।


ଗୁରୁ ମୋର ଆଶା ଗୁରୁ ମୋ ଭରସା

  ଗୁରୁ ମୋର ତ୍ରାଣ କର୍ତ୍ତା

ଗୁରୁଙ୍କୁ ସୁମରି ଚାଲୁଛି ବାଟ ମୁଁ

  ଗୁରୁ ପଦେ ନୋଇଁ ମଥା।


ଆଜି ଶୁଭ ଦିନେ ଏ ଶୁଭ ଲଗନେ

  ବନ୍ଦେ ମୁଁ ଗୁରୁ ପୟର

ଜୟ ଜୟ ଗୁରୁ ବାଞ୍ଛା କଳ୍ପତରୁ

 ଘେନ କୋଟି ନମସ୍କାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational