STORYMIRROR

rasmi maye pati

Inspirational

3  

rasmi maye pati

Inspirational

କ୍ଷୁଧା କେଉଁଠି

କ୍ଷୁଧା କେଉଁଠି

1 min
235


କ୍ଷୁଧାର୍ତ୍ତ ଜ୍ଵାଳାର ଆର୍ତ୍ତ ଚିତ୍କାରକୁ

  ରିକ୍ତ ହସ୍ତେ ଫେରାଇଲା

ତଣ୍ଟି ପାଟି ଶୁଖି ପ୍ରାଣ ଝାଇଁ ଝାଇଁ

  କ୍ଷୁଧା ଦାନ ନୀରବିଲା ।


ବିଚିତ୍ର ଯୁଗର ଅତିଥି ସତ୍କାର

  ପେଟ କୁ କିଏ ଚିହ୍ନୁଚି

ଶୁନ୍ୟ ସବାରି ରେ ଶ୍ରାବଣ ଫେରିଲା

 ଭାଦ୍ରବେ ଜଳ ଢାଳୁଚି ।


ନିଆରା ଶ୍ରାବଣ ନିଆରା ତା କ୍ଷୁଧା

 ଭାଦ୍ରବ କି ହବ ସମ

କ୍ଷୁଧାର୍ତ୍ତ ପ୍ରାଣ କୁ ନିରାଶ କରିଲା

 ଭାଦ୍ରବ ରେ ଘନ ଘନ।


କ୍ଷୁଧା କୁ ଚାହିଁ ଭୋଜନ

କ୍ଷୁଧା ମରି ଗଲେ ଆକଣ୍ଠ ଢାଳିଲେ

  ସେଥିରେ କି ତୃପ୍ତ ପ୍ରାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational