STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଗୁରୁ ଭକ୍ତି

ଗୁରୁ ଭକ୍ତି

1 min
228


ଗୁରୁ ଦେବ ତୁମେ ଜ୍ଞାନ ର ମୂରତି

ତୁମରି ଚରଣେ ମୋହର କୋଟି ପ୍ରଣତି

ତୁମେ ମୋର ସବୁ ଅଜ୍ଞାନ କୁ ନାଶିବ

ହୃଦୟରେ ଜ୍ଞାନର ଜ୍ୟୋତି ତୁମେ ଜଳାଇବ

ତୁମରି ଶିକ୍ଷା ଆମେ ପାଇ ହେଉ ଶିକ୍ଷିତ

ତୁମରି ଜ୍ଞାନ ଆମ ପାଇଁ ଅମୁଲ୍ୟ ପ୍ରସାଦ

ତୁମରି କରୁଣାକୁ କେବେ କରିବ ନାହିଁ ଉଣା

ତୁମକୁ ଛାଡି ଜୀବନରେ ଆମେ ହେବୁ ବାଟବଣା

ତୁମରି ଦିବ୍ୟ ଜ୍ଞାନ ଦେଇ ଜୀବନକୁ

କରୁଛ ସୁନ୍ଦର

ତୁମେ ଦୟାର ସାଗର କ୍ଷମାର ତୁମେ ଅବତାର

ତୁମରି ଅନୁଶାସନ ଆମକୁ ଜୀବନର ପଥ ଦେଖାଏ

ତୁମରି କୃପା ବଳେ ସବୁ ବିପତ୍ତି କଟିଯାଏ

ତୁମ ବିନା ମିଳେ ନାହିଁ ଜୀବନରେ ଶାନ୍ତି ଅବା ମୁକ୍ତି

ତୁମରି କରୁଣା ବଳେ ମିଳିଥାଏ ଈଶ୍ୱର ଙ୍କ ଭକ୍ତି

ତୁମେ ଆମର ମାତା ପିତା ତୁମେ ପୁଣି ଜ୍ଞାନ ଦାତା

ନର ରୁପି ନରାୟଣ ତୁମେ ଆମ ଜୀବନର ଦେବତା

ତୁମରି ଅମୃତ ବଚନ ପାଇ ପବିତ୍ର ହେବ ଆମ ଜୀବନ

ତୁମରି ଚରଣେ ସ୍ଥାନ ପାଇଲେ କଟିଯିବ ଭବ ବନ୍ଧନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational