ସ୍ତ୍ରୀ
ସ୍ତ୍ରୀ
ନାହିଁ ତାର ନିଜ ଘର
କରେ ପରକୁ ଆପଣାର
ପର ଘରରେ ସେ ଆଶ୍ରୟୀ
ଜୀବନ ଜୀଇଁ ଏ ଭାଗ ହୋଇ ।
କରେନା ସେ ଅଭିଯୋଗ କେବେ
କାନ୍ଦେନା ସେ କାହା ଆଗେ
ଛାତିରେ ସବୁ କୋହ ଭରି
ବଞ୍ଚେ ସେ ମନକୁ ମାରି
କୁହେନି କେବେ ମନ କଥା
ସହେ ଯେତେ ଅଛି ବ୍ୟଥା ।
କେତେ ଲୁହ ପିଇପିଇ
କିଛି ଇଚ୍ଛା ରଖେ ନାଇ
ଅନ୍ୟ ଖୁସିରେ ଖୁସି ହୋଇ
ସମସ୍ତଙ୍କ ପାଖେ ରୁହେ ଛାଇ ହୋଇ
ସ୍ତ୍ରୀ ପରା ସେହି
ପୁରୁଷ ସିନା ସମ୍ମାନ ପାଏ
ଅଗ୍ନି ପରୀକ୍ଷା ତ ସ୍ତ୍ରୀ ଦିଏ ।
