Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Leena Pani

Drama

4  

Leena Pani

Drama

ସ୍ତ୍ରୀ

ସ୍ତ୍ରୀ

1 min
215


ସ୍ତ୍ରୀ ଟି କେବେ ହସି ଥିଲା

ତାର ମନେ ନଥିଲା

ଅସରନ୍ତି ହସେଇବାର ଚେଷ୍ଟା ରେ

ସର୍ବଦା ଲାଗିରହିଥିଲା ।

ଅନ୍ୟ ର ଖୁସିରେ

ସେ ନିଜ ଖୁସି ଖୋଜିନେଉଥିଲା

ସ୍ତ୍ରୀ ଟି କେବେ ହସିଥିଲା

ତାର ମନେ ନଥିଲା ।

ଘରର କଣ ଅନୁକୋଣ ସ୍ତ୍ରୀଟିକୁ ଦେଖି ହସୁଥିଲା

ବାସ୍ତବିକତା କୁ ଛାଡି

ଭଲପାଇବାର ସୀମାକୁ

ଲଙ୍ଘିବାର ଚେଷ୍ଟା ଥିଲା

ସେଥିରେ ସେ ଖୁସି ହୋଇ ହସୁଥିଲା ।

ହଜିଯାଇଥିବା ଖୁସି କୁ

ଖୋଜି ଆଣୁଥିଲା

ନିଜକୁ ସେ ଅସ୍ତିତ୍ଵହିନ ମନେ କରୁଥିଲା

ତଥାପି ସେ ହସୁଥିଲା ।

ସକାଳ ରୁ ସନ୍ଧ୍ୟା ଯାଏ

ସ୍ତ୍ରୀ ଟି ସମସ୍ତ ଙ୍କର ଅନୁଗାମିତ ଥିଲା

ସମସ୍ତେ ହସିଲେ ସେ ବି ହସିଦେଉଥିଲା ।

ସ୍ତ୍ରୀ ଓ ହସ କେହି ପରିପୁରକ ନଥିଲେ

ସ୍ତ୍ରୀ ଥିଲେ ହସ ନଥିଲା

ହସ ଥିଲେ ସ୍ତ୍ରୀ ର ସମୟ ନଥିଲା

କେବେ କେବେ ନିଜର ଅସ୍ତିତ୍ବକୁ ଦେଖି ହସୁଥିଲା

ମନେ ମନେ ଭାବୁଥିଲା

ସତରେ କଣ ହସିବା ଜରୁରୀ ଥିଲା ?

ସ୍ତ୍ରୀ ଟି ସେଦିନ ମନ ଖୋଲି ହସିଥିଲା

ତାର ସବୁ ଦୁଃଖ ହଜିଯାଇଥିଲା

ସେ ବଞ୍ଚି ବାର ନୂତନ ରାସ୍ତା

ଖୋଜି ପାଇଥିଲା

ସ୍ତ୍ରୀ ଟି ମନ ଖୋଲି ହସି ଥିଲା ।


Rate this content
Log in

Similar oriya poem from Drama