STORYMIRROR

Panchanan Jena

Inspirational

3  

Panchanan Jena

Inspirational

ସ୍ଵତନ୍ତ୍ରତା

ସ୍ଵତନ୍ତ୍ରତା

1 min
160

ବେଳେ ବେଳେ ମନରେ

 ଭାବନା ଜୁଟେ

 ଚେତନା ଫୁଟେ

ବେଳେ ବେଳେ ମୁଣ୍ଡରେ

 ଚିନ୍ତା ପଲଟେ

 ତର୍କ ଓଲଟେ

ଘରେ ସମସ୍ତେ ଶୋଇଥିବେ

ନିଘୋଡ଼ ନିଦରେ

ମଶାରୀ ଭିତରେ

କାହାକୁ ନ କହି ଚୁପ୍ ଚାପ୍

ବାହାରି ପଡ଼ନ୍ତି ରାସ୍ତାକୁ

ହିରେ।ହୋଣ୍ଡା ବାଇକ୍ ଧରି 

ମାଡି ଚାଲନ୍ତି ଆଗକୁ ଆଗକୁ

ମନ ପବନ ଗତିରେ 

ଶୁନ୍‌ ଶାନ୍ ରାସ୍ତାରେ ।


ଶୀତଳ ପବନ ଛାତି ମୁଁହ ଛୁଇଁ

 ଟି ସାର୍ଟ ଭିତରେ ଧଇଁ ସଇଁ

ମୁଣ୍ଡ ବାଳକୁ ଦେବ ସାଉଁଳି ସାଇଁ

 ଥଣ୍ଡା ଥଣ୍ଡା ଲାଗିବ ପାଇଁ ପାଇଁ ।


କାନରେ ଲଗେଇ ଇଅର ଫୋନ

 ଝୁମୁଥିବି ଗୀତର ତାଳେ ତାଳେ

ନାକସିଧା ଗଡି ଚାଲିଥିବ ଗାଡ଼ି

 ବାଙ୍କ ବୁଲାଣି ଡେଇଁ ସକାଳେ ।


ବରଗଛ ତଳେ ବସଷ୍ଟପ ପାଖେ

 ହାତ ହଲେଇବ କାଳି ଝିଅ

ଅଟକିବି ନାହିଁ ମସ୍ତିରେ ମୁହିଁ

  ଫେରିବି ପୁଣି ଲିଫଟ୍ ନିଅ ।


ପୁଣି ଧାଇଁବି ଦିଶାହୀନ ଗନ୍ତବ୍ୟ

  ସୁନା ଧାନକ୍ଷେତ ଧାରେ ଧାରେ

କଳାପିଚୁ ସରୁ ନ ଥିବା ସଡ଼କ

  ଛାଡ଼ି ଧୂଆଁ ଉଡ଼େଇ ପଛରେ ।


କେହି କହିବେନି ପ୍ରଶ୍ନ ପଚାରିବେନି

 ସ୍ଵାଧିନତାର ସ୍ଵାଦ ଚାଖିବି

 ମିଳିପାରେ ସଫଳତା ସୂତ୍ର ମୁଣା

 ଅଫୁରନ୍ତ ଆନନ୍ଦ ଉତ୍ସ ମାପିବି ।


ବଡ଼ ବିଡ଼ମ୍ବନା ହେଲା

ସବୁ ବିଗାଡି ଦେଲା

 ବୁଢୀ ଜେଜେମା 

କାନ୍ଥକଣ୍ଟାରୁ ଗାଡି ଚାବି ନେବା ବେଳକୁ

ଚୁପ୍ କି କହିଦେଲା

ଭୁଟ୍ ଭୁଟ୍ କରି ଗପି ଦେଲା

ତେଲ ନାହିଁ ଟାଙ୍କିରେ 

ଟଙ୍କା ନାହିଁ ପକେଟରେ

ଠେଙ୍ଗା ଧରି ଗଣିତ ପରି ବୁଝେଇ ଦେଲା


ସ୍ଵାଧିନ ଭାବନା ଚିନ୍ତା ଚେତନା

ମନ ତଳେ ପାଳୁଥା 

ଡ଼ାଇରି ଭିତରେ ସାଇତି ରଖିଥା

ପାଠ ପଢି ଲିଖି ଶିଖି ବଢୁଥା

ଟଙ୍କା ଉପାର୍ଜନ କଳା କୌଶଳ ସିଖୁଥା


ବାପ ହୋଟଲରେ ଖାଇ

କହୁଛି କ'ଣ ନା ଇଚ୍ଛା ସାଉଁଟିବ

ନିଜ ପାଦକୁ ସଳଖ ଆଗେ

ହାତମୁଠାରେ ସ୍ଵତନ୍ତ୍ରତା ସ୍ଵତଃ ଧରାଦେବ ।



Rate this content
Log in

Similar oriya poem from Inspirational