ସତୀ ଅନୁସୁୟା
ସତୀ ଅନୁସୁୟା
ଚିତ୍ର କୁଟେ ଚାରୁ ବନ ଲତା ତରୁ
ବିହଙ୍ଗମ କଳରବ
ତନ୍ମଧ୍ୟେ ସୁନ୍ଦର ସେ ପର୍ଣ୍ଣ କୁଟୀର
ସତୀ ଅନୁସୂୟା ଭାବ ।।
ଲକ୍ଷ୍ମୀ ସରସ୍ଵତୀ ମା ସତୀ ପାର୍ବତୀ
ଠାରୁ ବଳି ମହା ସତୀ
ଏ ସମ୍ବାଦ ଦେଲେ ନାରଦ ସ୍ଵର୍ଗରେ
ଶୁଣି ସର୍ବେ ମନେ ପ୍ରୀତି ।।
କଦ୍ରମଙ୍କ ସୁତା ଦେବହୁତୀ ମାତା
ସ୍ବାମୀ ଯାର ଅତ୍ରି ମୁନୀ
ଚନ୍ଦ୍ର ଦତ୍ତାତ୍ରେୟ ଦୁର୍ବାସା ତନୟ
ଋଷି ମଧ୍ୟେ ମହା ମୁନୀ ।।
ସତୀତ୍ୱ ପରୀକ୍ଷା ପାଇଁ ମର୍ତ୍ତେ ଉଭା
ବେଶ ହୋଇ ଯୋଗୀବର
ସତୀତ୍ୱର ବଳେ ଶିଶୁରେ ବନିଲେ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ।।
ଦତ୍ତାତ୍ରେୟ ସୁତ ବିଷ୍ଣୁ ଅଂଶେ ଜାତ
ଚନ୍ଦ୍ର ବ୍ରହ୍ମା ଅଂଶେ ଜାତ
ଦୁର୍ବାସା ଅଟନ୍ତି ଅଂଶ ପଶୁପତି
ଯା ଗର୍ଭେ ଜଗତ ତାତ ।।
