STORYMIRROR

Jagannath Barik

Classics

3  

Jagannath Barik

Classics

ସ୍ଥାନ ବଣ୍ଟନ

ସ୍ଥାନ ବଣ୍ଟନ

1 min
328

ପରମବ୍ରହ୍ମନ ପରମେଶ୍ୱର

ସ୍ଥାନ ବଣ୍ଟନ କରିଛ ବିଶ୍ୱର |


ଯଶୋବନ୍ତୀପୁରେ ବ୍ରହ୍ମା ସ୍ଥାନିତ

ବୈକୁଣ୍ଠରେ ବିଷ୍ଣୁ ଅବସ୍ଥାପିତ |


କୈଳାସରେ ସ୍ଥାନ ଦେଲେ ଶଙ୍କରେ

ଶ୍ରୀଜଗନ୍ନାଥଙ୍କୁ ନୀଳ କନ୍ଦରେ |


ଇନ୍ଦ୍ର ପାଇଲେ ଅମରାବତୀକୁ

କୃଷ୍ଣ ପାଇଁ ରଖା ଦ୍ୱାରାବତୀକୁ |


ଅଳକାରେ ଧନପତିଙ୍କ ସ୍ଥାନ

ବିନ୍ଧ୍ୟାଦ୍ରିରେ ହୈମବତୀ ଆସ୍ଥାନ |


ତୁଳସୀ ମରତେ ତରୁ ରୂପରେ

ପୂଜା ପାଇଲେ ଚଉରା ମୂଳରେ |


କଳ୍ପବଟେ ନେଲେ ମାର୍କଣ୍ଡ ସ୍ଥାନ

ଭୂଷଣ୍ଡି କାକ ଯହିଁ ବିଦ୍ୟମାନ |


ନର ଲୋକ ମର୍ତ୍ତ୍ୟ ଧାମ ପାଇଲେ

ତ୍ରିଦଶେ ତ୍ରିଦିବ ପୁର ଲଭିଲେ |


ନାଗଲୋକେ ନାଗ ରକ୍ଷ ରକ୍ଷିତ

ଵାଡବାଗ୍ନି ମହାସାଗରେ ସ୍ଥିତ |


ଆପେ ପରମାତ୍ମା ସାକ୍ଷୀ ରୂପରେ

ବିରାଜିତ ହେଲେ ସର୍ବ ଘଟରେ |


ପାପ କଲା ପଞ୍ଚ ସ୍ଥାନ ମଣ୍ଡନ 

ନାରୀ ଜୁଆ ଭୂମି ମଦ୍ୟ କାଞ୍ଚନ |


ଚତୁର୍ବର୍ଗ ପ୍ରାପ୍ତ ହେଲେ ସଜ୍ଜନେ

ଜ୍ୟୋତିଶ୍ଚକ୍ର ସ୍ଥାନ ପ୍ରାପ୍ତ ଗଗନେ |


ଏପରି ହୋଇଲା ସ୍ଥାନ ମଣ୍ଡନ

ଇଛାମୟ ଖେଳେ ବିଶ୍ୱ ଭୁବନ |



Rate this content
Log in

Similar oriya poem from Classics