STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ସତେ କି ଆସିବ ଫେରି

ସତେ କି ଆସିବ ଫେରି

1 min
197


ଭାବି ଥିଲି ମନେ ଜୀବନର ସାଥି

 କରିବି ବ୍ୟତୀତ ସଙ୍ଗେ 

ପ୍ରେମର ବନ୍ଧନେ ବାନ୍ଧି ରଖି ଥିଲା

 ବୁଝି ନ ପାରିଲି ଅଙ୍ଗେ।


ଦାମ୍ପତ୍ୟ ଜୀବନେ ଦେଲାଟି ଯନ୍ତ୍ରଣା

 କରିଲା ବିଛେଦ ସଙ୍ଗୁ 

କରି କଳିଦ୍ୱନ୍ଦ୍ୱ ଗଲାଟି ବାହାରି

  କରିଦେଲା ମତେ ପଙ୍ଗୁ।


ବିଛେଦ ଯନ୍ତ୍ରଣା କଷ୍ଟକର ହୁଏ

  କାହିଁକି ଏପରି କଲା?

କେଉଁ ବା କାରଣୁ ବାହାରି ଗଲା ସେ

 ମତେ ଲୋକହସା କଲା।


ଛି...ଛି... କଲେଣିଟି ସାଇ ଓ ପଡୋଶୀ 

 ଲଜ୍ଜିତ କଲା ସମାଜେ 

କାହିଁ ପାଇଁ ମତେ ବିଭା କରିଥିଲା

 ଆସିଲା ଗୃହ ସମାଜେ।


ଗୃହ କାର୍ଯ୍ୟ ପରା ପତ୍ନୀର କର୍ତ୍ତବ୍ୟ

 ଶାଶୁ ଓ ଶଶୁରେ ସେବା 

ସମଭାବ ମନ୍ତ୍ର ରଖିବା କର୍ତ୍ତବ୍ୟ  

 ପ୍ରେମ ଭକ୍ତି ଶ୍ରଦ୍ଧା ସେବା।


କର୍ତ୍ତବ୍ୟ ପୂରଣ କରିନପାରିଲା

 ନଥିଲା କି ପ୍ରେମ ଗୃହେ 

ପ୍ରେମ କି ତାହାର ସ୍ୱାର୍ଥ ପାଇଁ ଥିଲା

  ଛାଡି ଚାଲି ଗଲା ଗୃହେ।


କହିଥାନ୍ତା ମତେ ଏହୁ ସବୁ କଥା

 କରିଥାନ୍ତି ସମାଧାନ 

କିଛି ନକହିଣ ଗୃହ ଛାଡି ଗଲା

 ମର୍ମାହତ କଲା ମନ।


ତିନି ବର୍ଷ ହେଲା ବିଭାର ବନ୍ଧନେ

 ବାନ୍ଧି ଥିଲୁ ଦୁଇ ଜଣ 

ଖୁସିରେ ହିଁ ଥିଲା ସେବାରେ ତତ୍ପର

 ହେଲାଟି କେଉଁ କାରଣ।


କରି ନପାରିଲା ପିତୃମାତୃ ସେବା

  ଥିଲାଟି ଶିକ୍ଷିତ ପତ୍ନୀ 

କର୍ମ ଜ୍ଞାନ ସବୁ ଭୁଲି କି ଗଲାସେ

  ଛାଡ଼ିଚାଲି ଗଲାପତ୍ନୀ।


କଟୁ କଥା ମୁହିଁ କହିନି ତାହାକୁ

 କାହିଁ ପାଇଁ ଚାଲି ଗଲା 

ଖୁସିର ସଂସାରେ ଦେଇଣ ଯନ୍ତ୍ରଣା

 ବାପ ଘରେ ଚାଲି ଗଲା।

  

ସାତ ମାସ ତାର ଗର୍ଭରେ ସନ୍ତାନ

 କିପରି ଅଛିଟି ସେହୁ 

ସୁଖର ସଂସାର ଅନ୍ଧାର କରିଣ

 ଭୁଲି ଗଲା ପତ୍ନୀ ସେହୁ।


ଟେଲିଫୋନ ତାର ବାପା କରିଲେ

 ସୁଖରେ ଅଛନ୍ତି ସବୁ 

ଡେଲିଭରି ପରେ ଛାଡ଼ି ଦେବୁ ନେଇ

 ଚିନ୍ତା ନକରିବ ବାବୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy