STORYMIRROR

Prasanta Kumar Behera

Romance Classics Fantasy

3  

Prasanta Kumar Behera

Romance Classics Fantasy

ସ୍ତବ

ସ୍ତବ

1 min
416


ତମ ହୃଦ ବଗିଚାର ଗୋଲାପର ଆଭା

ତମ ଚିବୁକରେ ଖେଳିବୁଲେ

ତମ ଚିବୁକର ଚମକ ମାଧୁରୀ

ମୋ ହୃଦ ଆକାଶରେ ନାଚିଖେଳେ l


ତମେ ଚନ୍ଦ୍ରାତପ କୋମଳ ଅନ୍ଧାର

ତମ ଛାୟା ମାୟା ରଚେ

ତମ ତନୁତଟ ମର୍କତ ଶିଳାରେ

ମୁଁ ରକ୍ତକରବୀ ବିଞ୍ଚେ l


ଆଗୋ କଲ୍ଲୋଳିନୀ ସଖୀ ସମ୍ମୋହିନୀ

ମୋ ହୃଦଗାମିନୀ ପାବନୀ ଗଙ୍ଗା

ଆଗୋ ମୋ ନିର୍ଜନ ବେଳାର

ମୋକ୍ଷଦାୟିନୀ ଭାବିନୀ ରାଧା


ତମ ଆଭା ରହୁ ଅମଳିନ

ତମ ଅନ୍ତରରେ, ତମ ତନୁତଟେ 

ତମ ଆକାଶର ଦାମିନୀ ଚମକୁ

ମୋ ପିପାସିତ ମରୁଘଟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance