ଷ୍ଟାମ୍ପ
ଷ୍ଟାମ୍ପ
ଦି ପଦ କଥା
ଅସହାୟ କରିଦେଲା
ନିର୍ମମ ଭାବେ କୁରାଢ଼ିରେ
ଛାତିଟାକୁ ଚିରିଲା
ଅନ୍ଧ ସମାଜର ସମ୍ପର୍କ
କଟି ଗଲା ଗୋଟିଏ ଦସ୍ତଖତରେ।
ବିତେଇଥିବା ଦିନର
ଅନୁଭୁତି
ଖୁବ କନ୍ଦେଇଲା
ଅସଫଳ ପ୍ରେମ ଓ ଘର କରଣା
ମୋତେ ଦଂଶିଲା ଅହରହ।
ଉପଲବ୍ଧିଠାରୁ
ସମ୍ପର୍କ ଗଭୀରତା
ପ୍ରେମର ନିବିଡ଼ତା
ସମ୍ପୂର୍ଣ୍ଣ ସମର୍ପଣ ଭାବ ତ ଅଜାଡି ଦେଇଥିଲି
ଭୁଲ୍ ରହିଲା କେଉଁଠି ?
କାହିଁକି ଏ ଷ୍ଟାମ୍ପ ମାରିଲ ମୋ
ଶରୀର ଓ ଜୀବନରେ
ଡ଼ିଭୋର୍ସି କରି !