ଷୋଡ଼ଶୀ ଗୋ
ଷୋଡ଼ଶୀ ଗୋ
ଷୋଡ଼ଶୀ ଗୋ !
ଭରା ମାଠିଆଟିଏ ତୁମେ
ଚହଲି ପଡୁଛ
ଆଞ୍ଜୁଳା ଆଞ୍ଜୁଳା।।
ପପେୟା ଦେହରେ
ଟାଣିଲା ଟାଣିଲା ଆଖି
ଆରେ ବାବା !
ହାଣି ଦେବ କି ଯେତେ
ବିଦଗ୍ଧ ହୃଦୟ !
ଉଜାଡ଼ି ହୋଇଯିବ କି ବିଶ୍ୱ
ତୁମ ଓଠ ଲାଳିମାରେ !
ପୁରିଲା ପୁରିଲା ଗାଲେ
କୋମଳ କମଳ ରଙ୍ଗ
ଉଦ୍ ଭ୍ରାନ୍ତ କରିବ ନିଶ୍ଚେ
କାମ ଶର ମାରୁଥିବା ମଣିଷକୁ।
ଆକାଶ ଛାଡି କି
କଳା ମେଘ
ତୁମ କେଶେ
ଆଣ୍ଠେଇ ପଡିଛି !
ଏତେ ଅପ ରୂପ ଯୌବନ ଦେଇ
କେତେ କାଳେ
ତୁମକୁ ବିଧାତା ଗଢ଼ିଛି ?
