ସରସ୍ଵତୀ ପୂଜା
ସରସ୍ଵତୀ ପୂଜା
ବସନ୍ତ ହେଲା ଉପଗତ
ସୃଷ୍ଟି ଯେ ହେଲା ହରସିତ ।
ନବୀନ ପଲ୍ଳବରେ ଭରା
ସୁସଞ୍ଚ ସୁସଜ୍ଜିତ ଧରା ।
କୁସୁମେ ବିମଣ୍ଡିତ ହେଲେ
ସୁବାସେ ପୁର ମହକିଲେ |
ସେ ରୂପ ଦେଖି ଦେବୀ ନିଜେ
ମଣ୍ଡପେ ଆସି ହେଲେ ବିଜେ ।
ବସନ୍ତ ପଞ୍ଚମୀ ର ତିଥୀ
ଛାତ୍ରଙ୍କ ପୂଜିବାର ମତି ।
ଆମ୍ବ ପତ୍ରର ତୋରଣରେ
ସଜ୍ଜିତ ସ୍କୁଲ ପ୍ରାଂଗଣରେ |
ଯେବେ ପୂଜିଲେ ଭକ୍ତି ଭରେ
ଧୂପ ଚନ୍ଦନ ମହକରେ |
ଭାରତୀ ରହି ନ ପାରିଲେ
ସତ୍ତ୍ୱରେ ସେଠାରେ ମିଳିଲେ|
ବାଳକେ ହରସିତ ଅତି
ଦେବୀଙ୍କ ମୃଣ୍ମୟୀ ମୂରତି |
ହଂସ ବାହନେ ଧରି ବୀଣା
କଣ୍ଠ ଯା କୋକିଳଠୁ ଜିଣା |
ଧବଳ ବସ୍ତ୍ରେ ବିମଣ୍ଡିତା
ମୁକୁତା ମାଳେ ସୁଶୋଭିତା |
ରକ୍ତିମ ଅଧର ଯୁଗଳ
ଦେଖି ଷଟ୍ପଦ ଯେ ପାଗଳ |
ମନେ ତା ପଦ୍ମିନୀର ଭ୍ରମ
ଚୂମିବା ପାଇଁ ଉପକ୍ରମ |
ବକ୍ଷର ଉପରେ ସୁଢଳ
ଉରଜ ଦୁଇଟି କମଳ |
ତାପରେ ନା ନା ରତ୍ନ ହାର
ଚଞ୍ଚଳ ଜାହ୍ନବୀର ଜଳ|
ପୂଜିବା ପାଇଁ ଜ୍ଞାନୀ ପଦ
ସଦା ତତ୍ପର ଗଦ ଗଦ |
ସେ ରକ୍ତିମ ପଦ ଆଶ୍ରା କରି
ଲେଖେ ମୁଁ ତାଂକ ନାମ ସ୍ମରି |
କାଳିଦାସଂକ ନୁହେଁ ସରି
ହେଲେ ଆଶା ମୋ ତାଂକ ପରି|
ଢାଳିବୁ ମାତା କୃପା ବାରି
ଲେଖିବି ତତେ ଅନୁସରି
ଚୂମିବା ପାଇଁ ଉପକ୍ରମ |
ବକ୍ଷର ଉପରେ ସୁଢଳ
ଉରଜ ଦୁଇଟି କମଳ |
ତାପରେ ନା ନା ରତ୍ନ ହାର
ଚଞ୍ଚଳ ଜାହ୍ନବୀର ଜଳ|
ପୂଜିବା ପାଇଁ ଜ୍ଞାନୀ ପଦ
ସଦା ତତ୍ପର ଗଦ ଗଦ |
ସେ ରକ୍ତିମ ପଦ ଆଶ୍ରା କରି
ଲେଖେ ମୁଁ ତାଂକ ନାମ ସ୍ମରି |
କାଳିଦାସଂକ ନୁହେଁ ସରି
ହେଲେ ଆଶା ମୋ ତାଂକ ପରି|
ଢାଳିବୁ ମାତା କୃପା ବାରି
ଲେଖିବି ତତେ ଅନୁସରି ।
