STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ସୃଷ୍ଟିର ସୃଷ୍ଟ

ସୃଷ୍ଟିର ସୃଷ୍ଟ

1 min
197


ସୃଷ୍ଟିର ନିୟମେ ବନ୍ଧା ଏ ଜଗତ

ଜଗନ୍ନାଥ ତାର ନିର୍ଦ୍ଦେଶକ,

ତାଙ୍କରି ନିର୍ଦ୍ଦେଶେ ସର୍ବେ ସାଥି ହୋଇ

ଚାଲିଥାନ୍ତି ହୋଇ ଦର୍ଶକ।

ସବୁ କର୍ମ ମଧ୍ୟେ ମହାନ ଅଟଇ

ବୈବାହିକ ଭଳି ସୃଷ୍ଟି,

ନାରୀ ପୁରୁଷର ପବିତ୍ର ମିଳନେ

ସୃଷ୍ଟ ରେ ହୋଇ ସନ୍ତୁଷ୍ଟି।

ପବିତ୍ର ମିଳନ ସ୍ଥିରୀକୃତ କାଳେ

ପ୍ରଜାପିତା ଦରବାରେ,

ତାଙ୍କ ସେ ନିଷ୍ପତ୍ତି ଅଚଳ,ଅଟଳ

ତାଙ୍କୁ ସମ୍ମାନ ଦେବାରେ।


ଯିଏ ଯାହା ବର ଯିଏ ଯା କନିଆଁ

ପକାଇଛି ଚାଉଳ ତା ହାଣ୍ଡିରେ,

ଏକଥା କହଇ ବୁଢୀମା ମୋହର

ସିଏ ତା ନିଜ ଘର ପରାରେ।

ପରଝିଅ ଟିକୁ ବୋହୂ କରିଆଣି

ନିଜ ଘର ଲକ୍ଷ୍ମୀ ପରି ଦେଖ,

ଶୈଶବ କୈଶୋର ପିତାଳୟୈ ସିନା

ବୃଦ୍ଧବେଳେ ସ୍ଵାମୀ ପାଖ।

ସେଭଳି ଲକ୍ଷ୍ମୀକୁ ହତାଦର ନ କରି

ନିଜ କନ୍ୟା ତୁଲ୍ୟ କଲେ,

ସୁନ୍ଦର ଭେଟିଟେ ଉପହାର ଦେବ

ବଂଶ ରକ୍ଷା ହେବ ଭଲେ।

ଆଦର କରିଲେ ସମ୍ମାନ ପାଇବ 

ଘୃଣା କଲେ ପାପଭୋଗ,

ଦୁନିଆଁ ଆଖିକୁ ଫାଙ୍କି ଦିଅ ପଛେ

ଲୁଚିବନି ଏହି ଦାଗ।

ସେମାନଙ୍କ ସୁଖ ଖୁସି ଆନନ୍ଦରେ ଆନନ୍ଦିତ ଯା'ର ମନ,

ସେ ନିଶ୍ଚେ ତୁମକୁ ନିଜଠୁ ନିଜର

ଭାବି ଦେବ ସନମାନ।



સામગ્રીને રેટ આપો
લોગિન

Similar oriya poem from Inspirational