STORYMIRROR

Swarnalata Dash

Classics Others

3  

Swarnalata Dash

Classics Others

ସୃଷ୍ଟିର ବୈଚିତ୍ର୍ୟ

ସୃଷ୍ଟିର ବୈଚିତ୍ର୍ୟ

1 min
210

ହେ ବିଶ୍ୱ କାରିଗର

ବୁଝି ବି ଅବୁଝା ତଵ

ବୈଚିତ୍ର୍ୟ ମୟ

ସୃଷ୍ଟିର ଏ ବେଭାର

କିଏ କହେ ଅଛ ଶୋଇ

କ୍ଷୀରା ର୍ଣ୍ଣବେ ଅନନ୍ତର କୋଳରେ

କିଏ କହେ ଅଛ ପୁଣି ରେଣୁରେଣୁ

ଏଇ ଭୂମା ଭିତରେ

କିଏ କହେ ଅଛ ତୁମେ

ଭକତର ହୃଦରେ

କିଏ କହେ ଅଛ ପୁଣି

ପାଷାଣର ଦେଉଳେ

ବୁଝିପାରେନାହିଁ ତୁମେ

ଅଛ କେଉଁ ଭାବରେ

ଜଗତ କରତା ନାଥ

ଅନନ୍ତ ଅସୀମ ତୁମ କରୁଣା

ନିୟତିର କାଳ ଚକ୍ରେ

କାହାକୁ ବା କେଉଁ ଗତି

ଦେଇଛ ତ ତୁମକୁ ହିଁ ଜଣା

କାହା ଓ଼ଠୁ ଝରେ

ହସର ମୁକୁତା

କାହା ନେତୃ ଶ୍ରାବଣର ଧାରା

କିଏ ଶୁଏ ଅଚିନ୍ତାରେ

ତୂଳୀ ତଳପ ଶେଯରେ

କିଏ ବସେ ଚିନ୍ତା ନାବେ

ନଥାଏ କୂଳ କିନାରା

ତୁମେ ତ ଦେଇଛ କୋକିଳର କଣ୍ଠେ

କୁହୁକୁହୁ ମିଠା ସୁର

ହଳଦୀ ବସନ୍ତ ଆଖି ରେ କଜ୍ୱଳ

ଗୁଣ୍ଡୁଚି ପିଠିରେ ତିନିଗାର

କମଳ ସାଥେ  ଦିନକର

ସରସୀର କଇଁ ସାଥେ ଚାନ୍ଦର

ନିଗୂଢ଼ ପ୍ରେମ ତ

ଫୁଲେ ମଧୁପର ପ୍ରୀତି

ନାରୀ ପାଇଁ ଦୁଇ ପଟ ଶଙ୍ଖା ସିନ୍ଦୁର ତ

ଶିଶୁ ପାଇଁ ମାଆ ପଣତ

ପତିତ ପାବନ ନେତ

ତାଳ ବଣେ ବାଇଚଢେଇର

ବାଇଆ ବସା ତ

ଅବ୍ୟକ୍ତ ତଵ ଭାବନା

ତବସତ୍ତା ଅନୁଭବେ

ସସାଗରାଧରାରେ, କୋଣ ଅନୁକୋଣରେ

ପ୍ରତି ଜୀବ କୋଷରେ

ଶିଶୁର କୁଆଁକୁଆଁ ରାବରେ

ତଟିନୀର କୁଳୁକୁଳୁ ତାନରେ

ସାଗରର ପ୍ରଶାନ୍ତ ବକ୍ଷରେ

ମା ବକ୍ଷଅମୃତର ଝରରେ

ତ ମାନବର ଜନ୍ମରେ

ଯେତେ ଖୋଜିଲେ ବି

ଅବର୍ଣ୍ଣନୀୟ ସୃଷ୍ଟିର ଚକ୍ରବ୍ୟୁହ

କେବଳ ତୁମକୁ ହିଁ ଜଣା

କେଉଁଠୁ ତା ସୃଷ୍ଟି

କେଉଁଠି ତା ଅନ୍ତ

କେଉଁ ଠି ତା ଅନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics